ରାଉରକେଲା: ସହରରେ ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀ ଜଳସ୍ତର ବୃଦ୍ଧି ପାଇଛି । ଯାହାକୁ ନେଇ ବାଲୁଘାଟ ଅଞ୍ଚଳର ଅନେକ ଘର ପାଣି ଘେରରେ ରହିଛି । ଯାହାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନଦୀରେ ଜଳସ୍ତର ବୃଦ୍ଧି ପାଇବା ହେତୁ ଏହି ତଳି ଅଞ୍ଚଳରେ ପାଣି ପଶି ଯାଇଛି। ପ୍ରଶାସନ ଓ ଲୋକେ ସତର୍କ ହୋଇ ରହିଛନ୍ତି। ଅଧିକ ବର୍ଷା ହେଲେ ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି କୁହାଯାଉଛି।
ବୃଦ୍ଧି ପାଉଛି ବ୍ରାହ୍ମଣୀ ନଦୀ ଜଳସ୍ତର, ଚିନ୍ତାରେ ଅଞ୍ଚଳବାସୀ - ବୃଦ୍ଧି ପାଉଛି ବ୍ରାହ୍ମଣୀ ନଦୀ ଜଳ ସ୍ତର
ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଏବେ ବ୍ରାହ୍ମଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଥି ଯୋଗୁଁ କେତେକ ଅଞ୍ଚଳରେ ପାଣି ପ୍ରବେଶ କରିଛି । ଅଧିକ ପଢନ୍ତୁ...
![ବୃଦ୍ଧି ପାଉଛି ବ୍ରାହ୍ମଣୀ ନଦୀ ଜଳସ୍ତର, ଚିନ୍ତାରେ ଅଞ୍ଚଳବାସୀ ବୃଦ୍ଧି ପାଉଛି ବ୍ରାହ୍ମଣୀ ନଦୀ ଜଳ ସ୍ତର, ଚିନ୍ତାରେ ଅଞ୍ଚଳବାସୀ](https://etvbharatimages.akamaized.net/etvbharat/prod-images/768-512-8573692-976-8573692-1598511493317.jpg)
ବୃଦ୍ଧି ପାଉଛି ବ୍ରାହ୍ମଣୀ ନଦୀ ଜଳ ସ୍ତର, ଚିନ୍ତାରେ ଅଞ୍ଚଳବାସୀ
ବୃଦ୍ଧି ପାଉଛି ବ୍ରାହ୍ମଣୀ ନଦୀ ଜଳ ସ୍ତର, ଚିନ୍ତାରେ ଅଞ୍ଚଳବାସୀ
ଅନ୍ୟପଟେ, ମହାନଗର ନିଗମର କମିଶନର ଦିବ୍ୟ ଜ୍ୟୋତି ପରିଡା ରାଉରକେଲା ସହରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲଗାଣ ବର୍ଷା ଯୋଗୁଁ ପାଣି ଜମି ରହିବା ସମସ୍ୟାକୁ ନିରୀକ୍ଷଣ କରିଥିଲେ। ମହାନଗର ନିଗମ କର୍ମଚାରୀ ମାନଙ୍କୁ ସବୁ ସମୟରେ ସତର୍କ ରହିବା ସହ ଆସୁଥିବା ସମସ୍ୟାର ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ