ଓଡିଶା

odisha

ETV Bharat / city

ବିଶ୍ରାରେ 2 କୋରୋନା ପଜେଟିଭ ଚିହ୍ନଟ - ଆତଙ୍କିତ ସ୍ଥାନୀୟ ଲୋକେ

ବିଶ୍ରାରେ 2 କୋରୋନା ପଜେଟିଭ ଚିହ୍ନଟ । ଆତଙ୍କିତ ସ୍ଥାନୀୟ ଲୋକେ । ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ ସିଲ କରିବ ପ୍ରଶାସନ । ଅଧିକ ପଢନ୍ତୁ...

two corona positive identified in sundargarh district
ବିଶ୍ରାରେ 2 କୋରୋନା ପଜେଟିଭ ଚିହ୍ନଟ

By

Published : Apr 12, 2020, 1:38 PM IST

Updated : Apr 12, 2020, 3:22 PM IST

ରାଉରକେଲା :ସୁନ୍ଦରଗଡରେ 2ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପେର ଜିଲ୍ଲାରେ ଆତଙ୍କ ଖେଳି ଯାଇଛି । 2 ଆକ୍ରାନ୍ତ ବିଶ୍ରା ଅଞ୍ଚଳର ହୋଇ ଥିବାରୁ ଏହି ଅଞ୍ଚଳକୁ ସିଲ କରିବ ପ୍ରଶାସନ । ସେପଟେ, ଏହି ଅଞ୍ଚଳକୁ ସାନିଟାଇଜ କରାଯାଉଛି । ଆକ୍ରାନ୍ତଙ୍କ ସଂଶ୍ପର୍ଷରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଚିକିତ୍ସା କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି ।

ବିଶ୍ରାରେ 2 କୋରୋନା ପଜେଟିଭ ଚିହ୍ନଟ

କୋରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣେ ନିଜାମୁଦ୍ଦିନରୁ ଫେରିଥିବା ବେଳେ ଅନ୍ୟ ଜଣେ ଯାଜପୁର ବ୍ରହ୍ମବରଦାକୁ ଯାଇଥିଲେ । ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିଙ୍କୁ କୋଭିଡ-19 ହସପିଟାଲରେ ରଖା ଯାଇଥିଲା ପରେ ତାଙ୍କୁ ହୋମ କ୍ବରେଣ୍ଟାଇନରେ ରଖାଯାଇଥିଲା । ତେବେ 2 ଆକ୍ରାନ୍ତଙ୍କ ଚିକିତ୍ସା କୋଭିଡ-19 ହସପିଟାଲରେ ଜାରି ରହିଛି । ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ପ୍ରଶାସନକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

ରାଉରକେଲରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Apr 12, 2020, 3:22 PM IST

ABOUT THE AUTHOR

...view details