ଓଡିଶା

odisha

ETV Bharat / city

ଇସ୍ପାତ କାରଖାନା ଟ୍ରାଫିକ ଗେଟରେ ହଇରାଣ; ଟ୍ରକ ମାଲିକଙ୍କ ଆନ୍ଦୋଳନ ଚେତାବନୀ - ଟ୍ରକ ମାଲିକଙ୍କ ଆନ୍ଦୋଳନ ଚେତାବନୀ

ମଙ୍ଗଳବାର ଇସ୍ପାତ କାରଖାନାର ଟ୍ରାଫିକ ଗେଟରେ ଟ୍ରକ ଡ୍ରାଇଭର ମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ। ଜାଣନ୍ତୁ ପୁରା ଖବର...

ଟ୍ରକ ମାଲିକଙ୍କ ଆନ୍ଦୋଳନ ଚେତାବନୀ
ଟ୍ରକ ମାଲିକଙ୍କ ଆନ୍ଦୋଳନ ଚେତାବନୀ

By

Published : Jan 7, 2020, 10:45 PM IST

ରାଉରକେଲା: ମଙ୍ଗଳବାର ଇସ୍ପାତ କାରଖାନାର ଟ୍ରାଫିକ ଗେଟରେ ଟ୍ରକ ଡ୍ରାଇଭର ମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ। ରାଉରକେଲା ଟ୍ରକ ମାଲିକ ସଙ୍ଘ ସିଆଇଏସଏଫ ବିରୋଧରେ ଅଭିଯୋଗ କରିଛି କି ବିନା କାରଣରେ ସେମାନଙ୍କୁ ହଇରାଣ କରାଯାଉଛି।

ଟ୍ରକ ମାଲିକଙ୍କ ଆନ୍ଦୋଳନ ଚେତାବନୀ

ପୂର୍ବରୁ 100 ଗାଡ଼ି ପ୍ରବେଶ କରୁଥିଲେ ମାତ୍ର କିଛି ଦିନ ହେଲା 20 ଟି ଗାଡି ପ୍ରବେଶ କରିପାରୁଛି। ସେଥିପାଇଁ ଆଗରୁ ଯେମିତି ଗାଡି ପ୍ରବେଶ କରି ବ୍ୟବସାୟ କରୁଥିଲେ ସେମିତି ନହେଲେ ଆଗକୁ ଆନ୍ଦୋଳନ କରାଯିବ ।

ମଙ୍ଗଳବାର ଟ୍ରକ ମାଲିକ ସଙ୍ଘ ତଥା ଲିଫଟର ମାନେ ଗେଟ କୁ ବନ୍ଦ କରି ସିଆଇଏସଏଫର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ଗତ 25 ତାରିଖରେ ଏକ ଟ୍ରଲର ତଥା 10 ଚକିଆ ଟ୍ରକ ବିନା କାଗଜପତ୍ରରେ ପ୍ଲାଣ୍ଟ ଭିତରେ ପ୍ରବେଶ କରିଥିଲା ।

ସନ୍ଦେହ ଆଧାରରେ ଆରଏସପିର ଜଣେ ଅଧିକାରୀ ପଚରାଉଚରା କରିବା ବେଳେ ଟ୍ରକ ଚାଳକ କିଛି କାଗଜ ପତ୍ର ଦେଖାଇ ପାରିନଥିଲେ। ବଡ଼ କଥା ହେଲା ଘଟଣା ପରେ ଚାଳକ ତଥା ଖଲାସୀ ପ୍ଲାଣ୍ଟ ଭଳି ସଶକ୍ତ ସିଆଇଏସଫ ତଥା ସିସିଟିଭି କଭରେଜ ଅଞ୍ଚଳରୁ ଫେରାର ହେବାରେ ସଫଳ ହୋଇଥିଲେ । ଯାହା ଫଳରେ ସିଆଇଏସଏଫର ଭୂମିକା ଉପରେ ପ୍ରଶ୍ନବାଚୀ ଲାଗିଥିଲା।

ଏହି ଘଟଣା ପରେ ସିଆଇଏସଏଫ କଡା ଆଭିମୁଖ୍ୟ ଗ୍ରହଣ କରିଛି ତଥା ଟ୍ରକ ମାଲିକ ଓ ଲିଫ୍ଟର ମାନଙ୍କୁ ବହୁତ ହଇରାଣ ହେବାକୁ ପଡୁ ଥିବାରୁ ସେମାନେ ପ୍ରତିବାଦ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details