ରାଉରକେଲା: ମହାମାରୀ କୋରୋନା ବିଶ୍ବବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିଥିବା ବେଳେ ସମାଜରେ ବସବାସ କରୁଥିବା କିନ୍ନରଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଲକଡାଉନ ଏବଂ ଅନଲକ ଯୋଗୁଁ ରାଉରକେଲା ଓ ସୁନ୍ଦରଗଡ ସହରର କିନ୍ନର ସମାଜଙ୍କ ପାଖରେ ଘର ଭଡା କି ଭଲ ଗଣ୍ଡେ ଖାଇବାକୁ ବି ଅର୍ଥ ନାହିଁ ।
ଦୀର୍ଘ 4 ମାସ ହେବ ଟ୍ରେନ, ବସ ସେବା ସବୁ ବନ୍ଦ ରହିବା ଯୋଗୁଁ ଏମାନଙ୍କ ଆୟର ସବୁ ସ୍ରୋତ ବନ୍ଦ ହୋଇଯାଇଛି । ମହାନଗର ନିଗମ ଏମାନଙ୍କୁ ଥରେ ରାସନ ଯୋଗାଇ ଦେଇ ଚୁପ୍ ବସିଛି । ଏମାନଙ୍କ ପାଇଁ ମଧୁସୂସନ ପେନସନ ଯୋଜନା କାର୍ଯ୍ୟକାରୀ ହୋଇନାହିଁ ତଥା ଏହି ପେନସନ ଦ୍ବାରା କିଛି ହେବ ନାହିଁ ବୋଲି କହିଛନ୍ତି ।