ରାଉରକେଲା: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ବିଭିନ୍ନ ଟ୍ରେଡ଼ ୟୁନିଅନ ତଥା ସଂଙ୍ଗଠନ ତରଫରୁ ପ୍ରତିବାଦ ସଭା କରାଯାଇଛି । ବିଶେଷକରି ଶ୍ରମ ଆଇନରେ ପରିବର୍ତନକୁ ଏମାନେ ବିରୋଧ କରିଥିବା ଜଣାପଡିଛି ।
ଏହାସହ କେନ୍ଦ୍ର ସରକାର ଦ୍ବାରା ବିଭିନ୍ନ ସରକାରୀ କମ୍ପାନୀ ଓ ରେଳର ଘରୋଇକରଣକୁ ବିରୋଧ କରିବା ସହିତ ପ୍ରତିରକ୍ଷାରେ ଘରୋଇକରଣକୁ ବିରୋଧ କରଯାଇଛି । ଆଜି ସର୍ବଭାରତୀୟ ସ୍ତରରେ ପ୍ରତିବାଦ ଦିବସ ପାଳନ କରି ମନରେଗା ଶ୍ରମିକ,ବେରୋଜଗର ହୋଇଥିବା ଶ୍ରମିକମାନଙ୍କୁ ମୌଳିକ ସୁବିଧା ଜନକ ସହାୟତା ଦାବି କରଯାଇଥିଲା ।