ଓଡିଶା

odisha

ETV Bharat / city

ଷ୍ଟିଲ ସିଟିରେ ଗଜଲକ୍ଷ୍ମୀଙ୍କ ଆବାହନ, 40ରୁ ଉର୍ଦ୍ଧ୍ବ ପେଣ୍ଡାଲରେ ପୂଜା - gajalaxmi puja in steal city

ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ । ରାଉରକେଲା ଇସ୍ପାତ ସହରରେ ମଧ୍ୟ ବିଭିନ୍ନ ଦେବାଳୟ ଏବଂ ପୂଜା ପେଣ୍ଡାଲରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

By

Published : Oct 13, 2019, 3:11 PM IST

ରାଉରକେଲା: ଆଜି ଧରାବତରଣ କରିବେ ମହାମାୟୀ ଗଜଲକ୍ଷ୍ମୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ । ରାଉରକେଲା ଇସ୍ପାତ ସହରରେ ମଧ୍ୟ ବିଭିନ୍ନ ଦେବାଳୟ ଏବଂ ପୂଜା ପେଣ୍ଡାଲରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ । ଏଥିପାଇଁ ରାଉରକେଲା ସେକ୍ଟର-17ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ସକାଳୁ ସହରର ବିଭିନ୍ନ ମହାଲଷ୍ମୀ ମନ୍ଦିରରେ ଊକ୍ତଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ମାଙ୍କ ପୂଜାର୍ଚ୍ଚନା ଶ୍ରଦ୍ଧାର ସହ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ପେଣ୍ଡାଲରେ ରାତିରେ ଆରମ୍ଭ ହେବ । ତେବେ ସହରରେ 40ରୁ ଉର୍ଦ୍ଧ୍ବ ପେଣ୍ଡାଲରେ ମା ଲଷ୍ମୀଙ୍କ ପୂଜା ହେଉଥିବାବେଳେ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ଇସ୍ପାତ ସହର ।

ସବୁବର୍ଷ ଭଳି ଚଳିତ ପୂଜାରେ ମଧ୍ୟ ଭିଡ଼ ହେବାର ସମ୍ଭାବନା ରହିଛି । ଶାନ୍ତିଶୃଙ୍ଖଳାର ସହିତ ପୂଜା ସମାପନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତର ଆୟୋଜନ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details