ରାଉରକେଲା: ଇସ୍ପାତ କାରଖାନାର ମୁଖ୍ୟ ସହକାରୀ ଭିଜିଲାନ୍ସ ଅଫିସରଙ୍କ ଘରୁ ଲୁଟ । ତାଙ୍କ ଅନୁପସ୍ଥିତିରେ ଦୁର୍ବୃତ୍ତମାନେ ତାଙ୍କର କ୍ବାଟର ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା, ତମ୍ବା ପିତ୍ତଳ ବାସନ, ନଗଦ ଟଙ୍କା ଚୋରି କରିଛନ୍ତି । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖବର ମୁତାବାକ, ଭିଜିଲାନ୍ସ ଅଧିକାରୀ ଏସି ସେଠୀ ସପରିବାର ଭୁବନେଶ୍ବର ଯାଇଥିଲେ । ଶୁକ୍ରବାର ଦିନ ତାଙ୍କ ଘର କବାଟ ଭଙ୍ଗା ଯାଇଥିବା ସେମାନେ ରାଉରକେଲା ଫେରି ଦେଖିଥିଲେ । ସେକ୍ଟର-19 ସ୍ଥିତ ସି/14 କ୍ବାଟର ଘରୁ ଚୋରି ହୋଇଥିବା ଖବର ପୋଲିସକୁ ଜଣାଇବା ପରେ ସ୍ଥାନୀୟ ପୋଲିସ ଓ ସିଆଇଏସଏଫ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।