ରାଉରକେଲା: ମହାମାରୀ କୋରୋନାକୁ ନେଇ ସାରା ବିଶ୍ବରେ ଏବେ ଭୟର ବାତାବରଣ । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଆତଙ୍କରେ ଲୋକେ । ତେବେ ଏନେଇ ଲୋକଙ୍କୁ ସଚେତନ କରାଇବାରେ ଲାଗି ପଡ଼ିଛନ୍ତି ଜିଲ୍ଲା ପ୍ରଶାସନ । ଏପଟେ ରାଉରକେଲା ବିଶ୍ରା ଅଞ୍ଚଳରେ 2ଟି କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକମାନଙ୍କର ଏକ ପ୍ରକାର ନିଦ ହଜାଇ ଦେଇଛି । ତେଣୁ ସଚେତନତାକୁ ଦୃଷ୍ଟିରେ ରଖି ଗାଁ ର ରାସ୍ତା ବନ୍ଦ କରି ଦେଇ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ।
କୋରୋନା ଆତଙ୍କ: ଗାଁର ମୁଖ୍ୟ ରାସ୍ତା ବନ୍ଦ କଲେ ଗ୍ରାମବାସୀ - କରିଛପଲ ଗାଁର ମୁଖ୍ୟ ରାସ୍ତା ବନ୍ଦ କଲେ ଗ୍ରାମବାସୀ
ରାଉରକେଲା ବିଶ୍ରା ଅଞ୍ଚଳରେ 2ଟି କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକମାନଙ୍କର ଏକ ପ୍ରକାର ନିଦ ହଜାଇ ଦେଇଛି । ତେଣୁ ସଚେତନତାକୁ ଦୃଷ୍ଟିରେ ରଖି ଗାଁର ରାସ୍ତା ବନ୍ଦ କରି ଦେଇ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଲୋକେ । ଅଧିକ ପଢନ୍ତୁ...
କୋରୋନା ଆତଙ୍କ: କରିଛପଲ ଗାଁର ମୁଖ୍ୟ ରାସ୍ତା ବନ୍ଦ କଲେ ଗ୍ରାମବାସୀ
ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କରିଛପଲ ଗାଁ ରେ । ବିଭିନ୍ନ ଗାଁ କୁ ସଂଯୋଗ କରୁ ଥିବା ଏହି ରାସ୍ତାରେ ଏକ ଚେକ ଗେଟ ତିଆରି କରି ଅଜଣା ଲୋକଙ୍କୁ ଗ୍ରାମ ଭିତରେ ପ୍ରବେଶ କରିବାକୁ ଦେଉ ନାହାନ୍ତି ଲୋକେ । ଯେହେତୁ ପଡ଼ୋଶୀ ଗାଁରେ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତେଣୁ ତାକୁ ନଜରରେ ରଖି ସତର୍କତାମୂଳକ ଦିନ ରାତି ପହଁରା ଦେଉଛନ୍ତି ଗ୍ରାମବାସୀ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ