ରାଉରକେଲା: ଆଜି ସୂର୍ଯ୍ୟ ପରାଗ ଦେଖିବା ପାଇଁ ବହୁତ ଉତ୍ସାହିତ ଥିଲେ ଛାତ୍ରଛାତ୍ରୀ । ଏନେଇ ରାଉରକେଲାରେ ବିଜ୍ଞାନ ଚେତନା ମଞ୍ଚ ତରଫରୁ ସୂର୍ଯ୍ୟ ପରାଗ ଦେଖିବା ପାଇଁ ସନ ଫିଲଟରର ବ୍ୟବସ୍ଥା କରଯାଇଥିଲା। ଯାହାଫଳରେ ସକାଳ 8.45 ରୁ 9.15 ମଧ୍ୟରେ ଛାତ୍ରଛାତ୍ରୀମାନେ ପରାଗ ଦେଖି ପାରିବା ସହ ଫଟୋ ଉଠାଇଥିଲେ।
ସନ ଫିଲଟରରେ ଛାତ୍ରଛାତ୍ରୀ ଦେଖିଲେ ସୂର୍ଯ୍ୟପରାଗ - student see suryaparag
ଆଜି ସୂର୍ଯ୍ୟ ପରାଗ ଦେଖିବା ପାଇଁ ବହୁତ ଉତ୍ସାହିତ ଥିଲେ ଛାତ୍ରଛାତ୍ରୀ । ଏନେଇ ରାଉରକେଲାରେ ବିଜ୍ଞାନ ଚେତନା ମଞ୍ଚ ତରଫରୁ ସୂର୍ଯ୍ୟ ପରାଗ ଦେଖିବା ପାଇଁ ସନ ଫିଲଟରର ବ୍ୟବସ୍ଥା କରଯାଇଥିଲା। ଯାହାଫଳରେ ସକାଳ 8.45 ରୁ 9.15 ମଧ୍ୟରେ ଛାତ୍ରଛାତ୍ରୀମାନେ ପରାଗ ଦେଖି ପାରିବା ସହ ଫଟୋ ଉଠାଇଥିଲେ।
surya parag
ମେଘୁଆ ପାଗ କାରଣରୁ ଛାତ୍ରଛାତ୍ରୀମାନେ ଅଳ୍ପ ସମୟ ପାଇଁ ପରାଗ ଦେଖି ନିରାଶ ହୋଇଥିଲେ। ତେବେ ରାଉରକେଲାରେ ଏହି ସମୟ ମଧ୍ୟରେ 54 ପ୍ରତିଶତ ସୂର୍ଯ୍ୟପରାଗର ପ୍ରଭାବ ଦେଖିବାକୁ ମିଳିଥିଲା।
ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ