ରାଉରକେଲା: 76 ପ୍ରବାସୀ ଶ୍ରମିକଙ୍କୁ ୟୁପି ପଠାଇଲେ ଜିଲ୍ଲା ପ୍ରଶାସନ । ରାଉରକେଲା ଓ ଆଖପାଖ ଅଞ୍ଚଳରେ ଥିବା ଉତ୍ତରପ୍ରଦେଶର ୭୬ ଶ୍ରମିକଙ୍କୁ ଆବଶ୍ୟକ ରେଜିଷ୍ଟ୍ରେସନ କରି ଉପଜିଲ୍ଲାପାଳଙ୍କ କାର୍ଯାଳୟରୁ ବସ ଯୋଗେ ସମ୍ବଲପୁର ପଠାଯାଇଛି । ଆଜି ସମ୍ବଲପୁରରୁ ଉତ୍ତରପ୍ରଦେଶର କାନପୁରକୁ ସ୍ବତନ୍ତ୍ର ଟ୍ରେନ ଚାଲିବାକୁ ଥିବା ବେଳେ ଶ୍ରମିକମାନେ ଏହି ଟ୍ରେନ ଯୋଗେ ନିଜ ଅଞ୍ଚଳକୁ ଫେରିବେ ।
ପ୍ରଶାସନର ପ୍ରୟାସ, 76 ପ୍ରବାସୀ ଶ୍ରମିକ ଫେରିଲେ ୟୁପି - ସୁନ୍ଦରଗଡ ଜିଲ୍ଲା ପ୍ରସାଶନ
ରାଉରକେଲା ଓ ଆଖପାଖ ଅଞ୍ଚଳରେ ଥିବା ଉତ୍ତରପ୍ରଦେଶର ୭୬ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ପଠାଯାଇଛି ।
ପ୍ରଶାସନର ପ୍ରୟାସ, 76 ପ୍ରବାସୀ ଶ୍ରମିକ ଫେରିଲେ ୟୁପି
ପ୍ରଶାସନର ପ୍ରୟାସ, 76 ପ୍ରବାସୀ ଶ୍ରମିକ ଫେରିଲେ ୟୁପି
ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପଞ୍ଜିକୃତ ଲୋକଙ୍କୁ ଚିହ୍ନଟ କରିବା ପରେ 4 ଟି ବସ ରେ ଏମାନଙ୍କୁ ସମ୍ବଲପୁର ପଠା ଯାଇଥିଲା। ସୁନ୍ଦରଗଡ଼ ବସଷ୍ଟାଣ୍ଡରେ ପ୍ରବାସୀଙ୍କ ସ୍କ୍ରିନିଂ ତଥା ଖାଇବାକୁ ଦିଆଯାଇ ଏମାନଙ୍କୁ ଟ୍ରେନରେ ଛଡାଯାଇଥିଲା । ଲାକଡାଉନ ପରଠାରୁ କାମ ଧନ୍ଦା ହରାଇ ନିଜ ଜନ୍ମମାଟିକୁ ଫେରିବା ଛଡା ଏମାନଙ୍କ ପାଖରେ ବିକଳ୍ପ ନ ଥିବା କହିଥିଲେ ପ୍ରବାସୀ । ଘରକୁ ଫେରିବା ନେଇ ପ୍ରବାସୀଙ୍କ ମୁଁହରେ ଖୁସି ଦେଖିବାକୁ ମଳିଥିଲା ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ