ଓଡିଶା

odisha

ETV Bharat / city

ଗଞ୍ଜାମ ବସ ଟ୍ରାଜେଡି ପରେ ଚେତୁଛି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ - sundargarh administration

ଗଞ୍ଜାମ ଟ୍ରାଜେଡି ପରେ ସରକାରଙ୍କ ଚେତା ପଶିଛି । ପ୍ରାୟ ସବୁ ଜିଲ୍ଲା ପ୍ରଶାସନ ସେମାନଙ୍କ ଅଞ୍ଚଳରେ ଥିବା ବିଦ୍ୟୁତ୍‌ ସମସ୍ୟା ଉପରେ ଧ୍ୟାନ ଦେଇ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ମଧ୍ୟ କାମ ଆରମ୍ଭ କରିଛି ।

ganjam bus tragedy
ଗଞ୍ଜାମ ଟ୍ରାଜେଡି ପରେ ଚେତୁଛି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ

By

Published : Feb 14, 2020, 9:15 PM IST

ରାଉରକେଲା: ଗଞ୍ଜାମ ବସ ଟ୍ରାଜେଡି ପରେ ସରକାରଙ୍କ ଚେତା ପଶିଛି । ପ୍ରାୟ ସବୁ ଜିଲ୍ଲା ପ୍ରଶାସନ ସେମାନଙ୍କ ଅଞ୍ଚଳରେ ଥିବା ବିଦ୍ୟୁତ୍‌ ସମସ୍ୟା ଉପରେ ଧ୍ୟାନ ଦେଇ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ମଧ୍ୟ କାମ ଆରମ୍ଭ କରିଛି । କେଉଁଠି ବିଦ୍ୟୁତ୍‌ ଖୁଣ୍ଟ ନଇଁଛି ବା କେଉଁଠି ତାର ଅପେକ୍ଷାକୃତ ତଳେ ଯାଇଛି ତାକୁ ସଜାଡିବା ଦିଗରେ ବିଦ୍ୟୁତ ବିଭାଗକୁ କାମ କରିବାକୁ ଜିଲ୍ଲା ପ୍ରଶାସନ କହିଥିବା ଜଣାପଡିଛି ।

ଗଞ୍ଜାମ ଟ୍ରାଜେଡି ପରେ ଚେତୁଛି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ

ସେପଟେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ବଙ୍କା ହୋଇଥିବା ଦେଖିବାକୁ ମିଳୁଥିବାବେଳେ ଏନେଇ ଅଭିଯୋଗ କଲେ ବି କେହି ଶୁଣୁନଥିବା ଲୋକେ କହିଛନ୍ତି ।

ଅନ୍ୟପଟେ ବିଦ୍ୟୁତ୍‌ ବିଭାଗକୁ ସବୁକିଛି ଠିକ୍‌ କରିବାକୁ ଜିଲ୍ଲା ପ୍ରଶାସନ କହିଥିବା କହିଛନ୍ତି ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ । ଏହାସହ ପ୍ରାଥମିକ ପର୍ଯ୍ୟାୟରେ ଟ୍ରାନ୍ସଫର୍ମର ଗୁଡିକୁ ସୁରକ୍ଷିତ କରିବା ପାଇଁ ପ୍ରଶାସନ କାର୍ଯ୍ୟ କରୁଛି । ପରେ ସବୁ ଠିକ୍‌ କରାଯିବ ବୋଲି ସେ ଆଶ୍ବସ୍ତ କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details