ଓଡିଶା

odisha

ETV Bharat / city

ସେଲର 60ତମ ପ୍ରତିଷ୍ଠା ଦିବସ ପାଳିତ - ରାଉରକେଲା ଇସ୍ପାତ କାରଖାନା ଖବର

ରାଉରକେଲା ସେଲର 60ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଗଣଦୌଡ଼ ସ୍ଥାନୀୟ ଇସ୍ପାତ ଷ୍ଟାଡିଅମରେ ଆୟୋଜିତ ହୋଇଛି।

still authority of india celebreated 60 foundation day at rourkela
ସେଲର 60ତମ ପ୍ରତିଷ୍ଠା ଦିବସ

By

Published : Jan 24, 2020, 10:18 AM IST

ରାଉରକେଲା: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ(ସେଲ)ର 60ତମ ପ୍ରତିଷ୍ଠା ଦିବସ ଇସ୍ପାତ ନଗରୀ ରାଉରକେଲା ଠାରେ ପାଳିତ ହୋଇଯାଇଛି। ଇସ୍ପାତ କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପକ ଚାଟରାଜ ଏହାର ଶୁଭାରମ୍ଭ କରିଥିଲେ। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ ପରେ ଏହି କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ଗରିବଙ୍କ ସେବା ସହିତ କନ୍ୟାଙ୍କ ପ୍ରଗତିରେ ନିଜକୁ ନିୟୋଜିତ କରିବାକୁ ଶପଥ ନେଇଥିଲେ। ଏହି ଅବସରରେ ସେଲକୁ ଆଗେଇ ନେବା କଥା ଦୋହରାଇ ଥିଲେ ସିଇଓ । ସେଲର ପ୍ରତିଷ୍ଠା ଦିବସରେ ଆୟୋଜିତ ହୋଇଥିବା 5 କିଲୋମିଟର ଗଣଦୌଡରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ସେଲର 60ତମ ପ୍ରତିଷ୍ଠା ଦିବସ

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details