ଓଡିଶା

odisha

ETV Bharat / city

‘ରାଜ୍ୟସ୍ତରୀୟ ଜନଜାତି ଛାତ୍ର ନେତୃତ୍ବ ଏବଂ ବିକାଶ କାର୍ଯ୍ୟଶାଳା’ ଉଦଘାଟିତ - development workshop inaugurated

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଦୁଇ ଦିନିଆ ‘ରାଜ୍ୟସ୍ତରୀୟ ଜନଜାତି ଛାତ୍ର ନେତୃତ୍ବ ଏବଂ ବିକାଶ କାର୍ଯ୍ୟଶାଳା’ ରାଉରକେଲାର ଅଗ୍ରସେନ ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ....

‘ରାଜ୍ୟସ୍ତରୀୟ ଜନଜାତି ଛାତ୍ର ନେତୃତ୍ବ ଏବଂ ବିକାଶ କାର୍ଯ୍ୟଶାଳା’  ଉଦଘାଟିତ
‘ରାଜ୍ୟସ୍ତରୀୟ ଜନଜାତି ଛାତ୍ର ନେତୃତ୍ବ ଏବଂ ବିକାଶ କାର୍ଯ୍ୟଶାଳା’ ଉଦଘାଟିତ

By

Published : Mar 7, 2020, 8:22 PM IST

ରାଉରକେଲା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଦୁଇ ଦିନିଆ ‘ରାଜ୍ୟସ୍ତରୀୟ ଜନଜାତି ଛାତ୍ର ନେତୃତ୍ବ ଏବଂ ବିକାଶ କାର୍ଯ୍ୟଶାଳା’ ରାଉରକେଲାର ଅଗ୍ରସେନ ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି।

‘ରାଜ୍ୟସ୍ତରୀୟ ଜନଜାତି ଛାତ୍ର ନେତୃତ୍ବ ଏବଂ ବିକାଶ କାର୍ଯ୍ୟଶାଳା’ ଉଦଘାଟିତ

ଏହି କାର୍ଯ୍ୟଶାଳାରେ ମୁଖ୍ୟ ଅତିଥି ରୂପରେ ମୟୂରଭଞ୍ଜ ସଂସଦ ଖଗେଶ୍ବର ଟୁଡୁ ଯୋଗଦେଇ ଜନଜାତି ବିଦ୍ୟାର୍ଥୀ ରାଷ୍ଟ୍ର ନିର୍ମାଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା କହିଥିଲେ ।

ଏହି କାର୍ଯ୍ୟଶାଳାରେ ମୁଖ୍ୟବକ୍ତା ଭାବେ ଏବିଭିିପିର ଜନଜାତି କାର୍ଯ୍ୟ ପ୍ରମୁଖ ଜେ.ରାମମୋହନ ଯୋଗଦେଇ ଜନଜାତି ବିଦ୍ୟାର୍ଥୀଙ୍କୁ ରାଷ୍ଟ୍ରକୁ ପରମ ବୈଭବଶାଳୀ ଦିଗରେ ଆଗକୁ ବଢାଇବା ପାଇଁ ଆହ୍ବାନ ଦେଇଥିଲେ ।

ମାର୍ଚ୍ଚ ୭ ଓ ୮ ଦୁଇଦିନ ଧରି ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କାର୍ଯ୍ୟଶାଳାରେ ସାରାରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ କ୍ୟାମ୍ପସରୁ ୩୦୦ରୁ ଊର୍ଦ୍ଧ୍ବ ଜନଜାତି ବିଦ୍ୟାର୍ଥୀଙ୍କର ଦକ୍ଷତା ଏବଂ ନେତୃତ୍ଵ ବିକାଶ କରିବା ନେଇ ବିଦ୍ୟାର୍ଥୀ ପରିଷଦର ଏହି କାର୍ଯ୍ୟକ୍ରମ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଏବିଭିପିର ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମିଶ୍ର, ରାଜ୍ୟ ସମ୍ପାଦକ ସୁଶ୍ରୀ କବିତା କର, ରାଜ୍ୟ ଜନଜାତି ଛାତ୍ର ପ୍ରମୁଖ ତନ୍ମୟ ପ୍ରଧାନ, ରାଜ୍ୟ ସଂଗଠନ ସମ୍ପାଦକ ଯୋଗଦେଇଥିଲେ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details