ଓଡିଶା

odisha

ETV Bharat / city

ଲକଡାଉନରେ ରୋଜଗାର ଦେଉଛି ରାଜ୍ୟ ସରକାରଙ୍କ ନୂଆ ଯୋଜନା - ରାଜ୍ୟ ସରକାରଙ୍କ ୟୁଡବ୍ଲଇଆଇ ଯୋଜନା

ଲକଡାଉନ ପରିସ୍ଥିତିରେ ଅନେକ ନିଜ ରୋଜଗାର ହରାଇ ବସିଥିବା ବେଳେ ଚାକିରୀ ଅପେକ୍ଷାରେ ଥିବା ଯୁବପୀଢିଙ୍କୁ ନିରାଶ ହେବାକୁ ପଡିଛି । ଏମିତିରେ ରାଜ୍ୟର ସହରାଞ୍ଚଳରେ ରହୁଥିବା ଗରିବ, ଶ୍ରମିକ ତଥା ଦିନ ମଜୁରିଆଙ୍କୁ କାମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅର୍ବାନ ୱେଜ୍ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍ (UWEI) ।

rourkela latest news, beautyfication of rourkela, development work in rourkela, state governments uwei scheme, earning amid lockdown, ରାଉରକେଲା ଲାଟେଷ୍ଟ ନ୍ୟୁଜ୍‌, ରାଉରକେଲା ସୌନ୍ଦର୍ଯ୍ୟୀକରଣ, ରାଉରକେଲାରେ ଉନ୍ନତିକରଣ କାର୍ଯ୍ୟ, ରାଜ୍ୟ ସରକାରଙ୍କ ୟୁଡବ୍ଲଇଆଇ ଯୋଜନା, ଲକଡାଉନରେ ରୋଜଗାର
ଲକଡାଉନରେ ରୋଜଗାର ଦେଉଛି ରାଜ୍ୟ ସରକାରଙ୍କ ନୂଆ ଯୋଜନା

By

Published : Jul 16, 2020, 9:09 PM IST

ରାଉରକେଲା: ଲକଡାଉନ ପରିସ୍ଥିତିରେ ଅନେକ ନିଜ ରୋଜଗାର ହରାଇ ବସିଥିବା ବେଳେ ଚାକିରୀ ଅପେକ୍ଷାରେ ଥିବା ଯୁବପୀଢିଙ୍କୁ ନିରାଶ ହେବାକୁ ପଡିଛି । ଏମିତିରେ ରାଜ୍ୟର ସହରାଞ୍ଚଳରେ ରହୁଥିବା ଗରିବ, ଶ୍ରମିକ ତଥା ଦିନ ମଜୁରିଆଙ୍କୁ କାମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅର୍ବାନ ୱେଜ୍ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍ (UWEI) । ଏହି ଯୋଜନା ଅନୁଯାୟୀ ରାଉରକେଲା ସହରରେ ଜୋରସୋରରେ ଆଗେଇ ଚାଲିଛି କାମ ।

ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଉରକେଲା ମହାନଗର ନିଗମ ପକ୍ଷରୁ 325ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ 325ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ମିଳିଛି। ଯେଉଁଥିରୁ ଏବେ ସୁଦ୍ଧା 95ଟି ପ୍ରକଳ୍ପ କାମ ଶେଷ ହୋଇଗଲାଣି । ଏହି ଯୋଜନା ମାଧ୍ୟମରେ ମୋଟ 1 ଲକ୍ଷରୁ ଅଧିକ କାର୍ଯ୍ୟଦିବସ ସୃଷ୍ଟି କରିବାର ଯୋଜନା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ 30 ହଜାର କାର୍ଯ୍ୟଦିବସ ସୃଷ୍ଟି ହୋଇପାରିଛ । ଏହିକ୍ରମରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବଳକା ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି ।

ଲକଡାଉନରେ ରୋଜଗାର ଦେଉଛି ରାଜ୍ୟ ସରକାରଙ୍କ ନୂଆ ଯୋଜନା

ଏହି ଯୋଜନାରେ ରାସ୍ତାଘାଟ ସୌନ୍ଦର୍ଯ୍ୟୀକରଣ, ନାଳ ସଫା, ପାର୍କ ଉନ୍ନତିକରଣ, ପୋଖରୀ ପୁନରୁଦ୍ଧାର, ବର୍ଷା ଜଳ ସଂରକ୍ଷଣ, ମାଇକ୍ରୋ ଆକ୍ଟିଭିଟି ସେଣ୍ଟର୍ ନିର୍ମାଣ, ୱାଲ୍ ପେଣ୍ଟିଂ ଆଦି କାର୍ଯ୍ୟ ହାତକୁ ନିଆଯାଇଛି । ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ରାଉରକେଲା ମହାନଗର ନିଗମକୁ 5 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ନିଗମ ଅନ୍ତର୍ଗତ ସମସ୍ତ ୱାର୍ଡରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ ଏହି ସବୁ କାର୍ଯ୍ୟ ସମ୍ପାଦନ ହେଉଛି । କେବଳ ସେତିକି ନୁହେଁ, ସମସ୍ତ କାର୍ଯ୍ୟର ତଦାରଖ ମଧ୍ୟ ସମ୍ପୃକ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନେ ହିଁ କରୁଛନ୍ତି ।

ଲକଡାଉନରେ ରୋଜଗାର ଦେଉଛି ରାଜ୍ୟ ସରକାରଙ୍କ ନୂଆ ଯୋଜନା

କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ପାରିଶ୍ରମିକ ଏବଂ ଖର୍ଚ୍ଚ ବାବଦ ଅର୍ଥ ସିଧା ନିୟୋଜିତ ଶ୍ରମିକ ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି । ଏହି ଯୋଜନା ମାଧ୍ୟମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ ମହିଳା ସଶକ୍ତିକରଣକୁ ସୁନିଶ୍ଚିତ କରାଯାଇପାରିଥିବା ସହ ଗରିବ, ଶ୍ରମିକ, ଦିନ ମଜୁରିଆମାନଙ୍କୁ ରୋଜଗାର ଯୋଗାଇବାର ମୂଳ ଲକ୍ଷ୍ୟ ମଧ୍ୟ ସାଧିତ ହୋଇପାରୁଛି । ସେପଟେ ଏହି ସବୁ ଯୋଜନାରେ ସହରର ମଧ୍ୟ ଉନ୍ନତି ହେଉଥିବା ସୂଚନା ଦେଇଛନ୍ତି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details