ଓଡିଶା

odisha

ETV Bharat / city

ଦକ୍ଷିଣ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ରାଉରକେଲା ଗସ୍ତ - ରାଉରକେଲା ବିଧାୟକ ବିଧାୟକ ସାରଦା ପ୍ରସାଦ ନାୟକ

ଦକ୍ଷିଣ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ବାର୍ଷିକ ନିରୀକ୍ଷଣ କାର୍ଯ୍ୟକ୍ରମ ପୂର୍ବରୁ ରାଉରକେଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ ।

ଫଟୋ ସୌଜନ୍ୟଛ: ସମ୍ବାଦଦାତା, ରାଉରକେଲା

By

Published : Nov 5, 2019, 10:29 AM IST

Updated : Nov 5, 2019, 1:36 PM IST

ରାଉରକେଲା: ଦକ୍ଷିଣ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ସଞ୍ଜୟ କୁମାର ମହାନ୍ତି ରାଉରକେଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି । ଏହି ଅବସରରେ ତାଙ୍କୁ ରାଉରକେଲା ସହରର ଅନେକ ଅନୁଷ୍ଠାନର କର୍ମକର୍ତ୍ତା ଓ ସଂଗଠନ ସାକ୍ଷାତ କରି ଦାବି ରଖିଥିଲେ ।

ମହାପ୍ରବନ୍ଧକ ସଞ୍ଜୟ କୁମାର ମହାନ୍ତିଙ୍କୁ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ବିସ୍ଥାପିତଙ୍କ ସମସ୍ୟା ଉପସ୍ଥାପନ କରିବା ସହ ସହରର ବିଭିନ୍ନ ସ୍ଥାନରେ ଚାଲିଥିବା ରେଳ ବିଭାଗର ଫାଟକ ଓ ଫ୍ଲାଏ ଓଭର କାମର ବିଳମ୍ବ ନେଇ ମହାପ୍ରବନ୍ଧକଙ୍କୁ ଅବଗତ କରାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା


ଅନ୍ୟପଟେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଦୋହରୀକରଣ ନିର୍ମାଣ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ଥଇଥାନକୁ ସୁ-ନିଶ୍ଚିତ କରିବା ପାଇଁ ମହାପ୍ରବନ୍ଧକଙ୍କୁ ଅନୁରୋଧ କରିଥିଲେ । ସେହିଭଳି ରାଉରକେଲା ଚାମ୍ବର ଅଫ କମର୍ସର ପ୍ରତିନିଧିମାନେ ମଧ୍ୟ ଜିଏମକୁ ସାକ୍ଷାତ କରିଥିଲେ । ମହାପ୍ରବନ୍ଧକ ବନ୍ଧମୁଣ୍ଡା ଅଞ୍ଚଳ ଗସ୍ତ କରି ଗସ୍ତ କରି ଏ ତଥା କେ କେବିନ ନିକଟରେ ଅଟକି ଥିଲେ ଏବଂ ଠିକାଦାର ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚାନା କରିଥିଲେ ।

ଆସନ୍ତା ମାସରେ ମହାପ୍ରବନ୍ଧଙ୍କ ବାର୍ଷିକ ନିରୀକ୍ଷଣ କାର୍ଯ୍ୟକ୍ରମ ଥିବାରୁ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Nov 5, 2019, 1:36 PM IST

ABOUT THE AUTHOR

...view details