ଓଡିଶା

odisha

ETV Bharat / city

ରାଜ୍ୟକୁ ଲଜ୍ଜା ! ଭିନ୍ନ ମୋଡ ନେଉଛି ବ୍ରାହ୍ମଣୀତରଙ୍ଗ ଛାତ୍ରୀ ମାତୃତ୍ବ ଘଟଣା - ରାଉରକେଲା

ଦିନକୁ ଦିନ ବଢିବାରେ ଲାଗିଛି ସ୍କୁଲ ଛାତ୍ରୀଙ୍କ ମାତୃତ୍ବ ଘଟଣା । ଏନେଇ ପାନପୋଷ ଉପଖଣ୍ଡସ୍ଥିତ ଏକ କନ୍ୟାଶ୍ରମରେ ମଧ୍ୟ ଶନିବାର ସାମ୍ନାକୁ ଆସିଥିଲା ଜଣେ 9ମ ଶ୍ରେଣୀ ଛାତ୍ରୀଙ୍କ ମାତୃତ୍ବ ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Mar 3, 2019, 10:04 PM IST

ରାଉରକେଲା: ଦିନକୁ ଦିନ ବଢିବାରେ ଲାଗିଛି ସ୍କୁଲ ଛାତ୍ରୀଙ୍କ ମାତୃତ୍ବ ଘଟଣା । ଏନେଇ ପାନପୋଷ ଉପଖଣ୍ଡସ୍ଥିତ ଏକ କନ୍ୟାଶ୍ରମରେ ମଧ୍ୟ ଶନିବାର ସାମ୍ନାକୁ ଆସିଥିଲା ଜଣେ 9ମ ଶ୍ରେଣୀ ଛାତ୍ରୀଙ୍କ ମାତୃତ୍ବ ଘଟଣା । ତେବେ ବ୍ରାହ୍ମଣୀତରଙ୍ଗ ଥାନାରେ ପୀଡିତାର ପରିବାର ଲୋକେ ଅଭିଯୋଗ କରିଥିବାବେଳେ ଘଟଣାକୁ ନେଇ ଏବେ ଦେଖା ଦେଇଛି ନୂଆ ବିବାଦ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଘଟଣାର ତଦନ୍ତ ପରେ ଜଣାପଡିଥିଲା କି ଛାତ୍ରୀ ଜଣଙ୍କୁ ତାଙ୍କ ଗାଁର ଜଣେ 23 ବର୍ଷୀୟ ଯୁବକ ଦୁଷ୍କର୍ମ କରିଥିଲେ । ଖବର ପାଇ ପୋଲିସ ଦୁଷ୍କର୍ମ ଅଭିଯୋଗରେ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଅନ୍ୟପଟେ ଛାତ୍ରୀ ଜଣଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଉଛି ।

ତେବେ କନ୍ୟାଶ୍ରମଟି ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବାରୁ ଆଗକୁ ପୋଲିସ କ'ଣ କରୁଛି ତା' ଉପରେ ସମସ୍ତଙ୍କ ନଜର ରହିଛି । ହେଲେ ଏନେଇ ବର୍ତ୍ତମାନ ସୁଦ୍ଧା ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details