ରାଉରକେଲା: ପ୍ରକାଶ ପାଇଛି ଅଯୋଧ୍ୟା ଜମି ବିବାଦର ଐତିହାସିକ ରାୟ । ଏନେଇ ଶନିବାର ରାଉରକେଲା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ବିଭିନ୍ନ ଧାର୍ମିକ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ପ୍ରକାଶ ପାଇଲା ଅଯୋଧ୍ୟା ରାୟ: ରାଉରକେଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି଼ - ଅଯୋଧ୍ୟା ରାୟ
ଅଯୋଧ୍ୟା ମାମଲାର ରାୟ ପ୍ରକାଶ ନେଇ ରାଉରକେଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ନେଇ ପୋଲିସର ବୈଠକ । ଅଧିକ ପଢ଼ନ୍ତୁ...
ରାଉରକେଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି଼
ରାଉରକେଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି଼
ପ୍ଲାଣ୍ଟ ସାଇଟ ଥାନାରେ ପୋଲିସ ହିନ୍ଦୁ ସମ୍ପ୍ରଦାୟ ତଥା ମୁସଲମାନ ସମ୍ପ୍ରଦାୟ ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଥାନାରେ ବୈଠକ କରାଯାଇଥିଲା। ସବୁ ପକ୍ଷ କୋର୍ଟର ନିର୍ଦ୍ଦେଶକୁ ପାଳନ କରିବେ ବୋଲି କହିଥିଲେ । ସେହିଭଳି କୋର୍ଟର ଆଦେଶକୁ ସମ୍ମାନ ଦେବା ସହ ଶାନ୍ତି, ସଦଭାବନା ଓ ଏକତା ବଜାୟ ରଖିବା ଉପରେ ଗୁରୁତ୍ବ ଦିଆ ଯାଇଥିଲା। ତେବେ ବୈଠକରେ ପୋଲିସକୁ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଲୋକେ । ତେବେ ରାୟ ପ୍ରକାଶ ପାଇବା ପରେ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରହିଥିଲା।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ