ଓଡିଶା

odisha

ପିଏଫ୍ ଏବଂ ଇଏସଆଇ ଦାବିରେ ଆଇଜିଏଚ ସୁରକ୍ଷାକର୍ମୀଙ୍କ ଆନ୍ଦୋଳନ

By

Published : Nov 22, 2019, 8:11 PM IST

ଶୁକ୍ରବାର ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ସୁରକ୍ଷାକର୍ମୀ ପିଏଫ୍ ଏବଂ ଇଏସଆଇ ଦାବିରେ ଆନ୍ଦୋଳନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା


ରାଉରକେଲା: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ) ସୁରକ୍ଷା କର୍ମଚାରୀଙ୍କ ଆନ୍ଦୋଳନ । ଶୁକ୍ରବାର ଆଇଜିଏଚର ସୁରକ୍ଷା କର୍ମୀ ପିଏଫ୍ ଏବଂ ଇଏସଆଇ ଦାବିରେ ଆନ୍ଦୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ, ଗତ ଦେଢ ବର୍ଷ ହେବ ପିଏଫ୍ ଏବଂ ଇଏସଆଇ ପାଇଁ ସୁରକ୍ଷାକର୍ମୀ ବାରମ୍ବାର ଆନ୍ଦୋଳନ କରିଆସୁଛନ୍ତି । କିନ୍ତୁ ପରିଣାମ ଏବେ ବି ଶୂନ । ତେବେ ଶୁକ୍ରବାର ମନୋଜ ଦାସ ନାମକ ସୁରକ୍ଷାକର୍ମୀ ଅସୁସ୍ଥ ହୋଇ ଆଇଜିଏଚର ଚିକିତ୍ସା ହୋଇଥିବା ବେଳେ ପିଏଫ୍ ଏବଂ ଇଏସଆଇ ସୁବିଧାରୁ ବଞ୍ଚିତ ଅଛନ୍ତି ।

ଅନ୍ୟପଟେ ସୁରକ୍ଷା କର୍ମଚାରୀଙ୍କୁ ଇଏସଆଇ ଦିଆଯାଇଛି ବୋଲି ଇସ୍ପାତ ଜେନେରାଲ ହସ୍ପିଟାଲ ଦାବି କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details