ରାଉରକେଲା: ମା'ଙ୍କ ସପ୍ତମୀ ପୂଜାକୁ ନେଇ ଚଳଚଞ୍ଚଳ ସାରା ସହର । ଦୁର୍ଗତୀ ନାଶିନୀଙ୍କ ପୂଜା ପାଇଁ ସହର ଉଠୁଛି ପଡୁଛି । ଏଥିରୁ କେମିତି ବା ବାଦ ପଡିଥାନ୍ତା ଇସ୍ପାତ୍ ନଗରୀ ରାଉରକେଲା । ସହରରେ ସର୍ବମୋଟ 100ଟି ପୂଜା ପେଣ୍ଡାଲ ରହିଛି ।
ମା'ଙ୍କ ସପ୍ତମୀ ପୂଜା, ହୁଲୁସ୍ତୁଲୁ ଇସ୍ପାତ ନଗରୀ ଆଜି ମହାସପ୍ତମୀ । କଳଶ ଯାତ୍ରା ପରେ ପୂଜା ଆରମ୍ଭ, ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା, ହୋମ, ପୁଷ୍ପାଞ୍ଜଳି ପରେ ଆରତୀ ହେବ । ଭକ୍ତମାନେ ପୂଜା ପେଣ୍ଡାଲକୁ ମା'ଙ୍କ ଦର୍ଶନ ପାଇଁ ଆସିବା ଆରମ୍ଭ କରି ଦେଇଛନ୍ତି ।
ମୂର୍ତ୍ତି ହେଉ କି ପେଣ୍ଡାଲ ନିର୍ମାଣ କିମ୍ବା ସଜସଜ୍ଜା, ସବୁ ପୂଜା ପେଣ୍ଡାଲ ମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗି ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ପେଣ୍ଡାଲକୁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ରାଉରକେଲା ସହର ସହିତ ଆଖପାଖ ଅଞ୍ଚଳରୁ ଲୋକ ମାନେ ମା' ଙ୍କ ଦର୍ଶନ ପାଇଁ ଆସୁଥିବାରୁ ସନ୍ଧ୍ୟା ହେଲେ ଟ୍ରାଫିକ ବ୍ୟବସ୍ଥା ପରଖାଯାଉଛି । ରାଉରକେଲା ପୋଲିସ ତରଫରୁ ଟ୍ରାଫିକ ବ୍ୟବସ୍ଥା ଠିକ ରଖିବା ପାଇଁ ସବୁ ପ୍ରସ୍ତୁତି ସରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ