ଓଡିଶା

odisha

RTO ଅଫିସରେ ତ୍ରୁଟି: ଆରସି ବୁକରେ ଜଣଙ୍କ ନାମ, ଅନ୍ୟ ଜଣଙ୍କ ଠିକଣା

By

Published : Oct 18, 2019, 2:54 PM IST

Updated : Oct 18, 2019, 5:28 PM IST

ରାଉରକେଲା ପରିବହନ କାର୍ଯ୍ୟାଳୟରେ ତ୍ରୁଟି ହୋଇଥିବା ଦେଖିବାକୁ ମିଳିଛି । ଗାଡି ଜଣଙ୍କ ନାଁରେ ଥିବାବେଳେ ଠିକଣା ଅନ୍ୟ ଜଣେ ବ୍ୟକ୍ତିଙ୍କ ପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା


ରାଉରକେଲା: ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ଗୁରୁତର ତ୍ରୁଟି ହୋଇଥିବା ଦେଖିବାକୁ ମିଳିଛି । ଜଣେ ଲୋକ ଗାଡି କିଣିଥିବା ବେଳେ ଅନ୍ୟ ଜଣଙ୍କ ଠିକଣା ଆରସି ବୁକରେ ରହିଥିବା ଦେଖିବାକୁ ମିଳିଛି । ଏଠାରେ ମାଓବାଦୀମାନେ ସକ୍ରିୟ ଥିବା ବେଳେ ଏପରି ଭୁଲ ଦ୍ବାରା ସାଧାରଣ ଲୋକ ଫସିବାର ସମ୍ଭାବନା ରହିଛି । ତେଣୁ ଆରଟିଓର ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନାଯୋଗ୍ୟ, ସୁରେଶ କୁମାର ନାମକ ଜଣେ ବ୍ୟକ୍ତି ବାଇକ କିଣିଥିଲେ । ହେଲେ ଗାଡିର ଆରସି ବୁକ ତାଙ୍କ ଘରେ ନ ପହଞ୍ଚି ବିଶ୍ରା ଥାନା ଅନ୍ତର୍ଗତ କୋପରମୁଣ୍ଡା ଗାଁର ଯୁଧିଷ୍ଠିର ମହନ୍ତଙ୍କ ଘରେ ପହଞ୍ଚିଥିଲା । ତେବେ ଯୁଧିଷ୍ଠିର କୌଣସି ଗାଡି କିଣିନଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ଯୁଧିଷ୍ଠିର କାମ କରୁଥିବା ଫ୍ୟାକ୍ଟରେ ଜଣେ ସୁରେଶ କୁମାର ରହିଥିବା ଜାଣିବାକୁ ପାଇଥିଲେ । ସେ ତାଙ୍କୁ ଏ ବିଷୟରେ ପଚାରିବାରୁ ଆରଟିଓ ଅଫିସରେ ରହିଥିବା ଦଲାଲ ଏପରି କରିଥିବା ସୂଚନା ଦେଇଥିଲେ । ଏହାପରେ ଉଭୟ ଆସିଷ୍ଟାଣ୍ଡ ଆରଟିଓଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଥିଲେ । ଘଟଣା ସଂପର୍କରେ ଅନୁଧ୍ୟାନ କରାଯିବ ବୋଲି ଆସିଷ୍ଟାଣ୍ଡ ଆରଟିଓ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦୁଇ ମାସ ଧରି ପରିବହନ କାର୍ଯ୍ୟାଳୟରେ ଆରଟିଓ ପଦବୀ ଖାଲି ପଡିଛି । ଫଳରେ ଉପଜିଲ୍ଲାପାଳ ଆରଟିଓଙ୍କ ଅତିରିକ୍ତ ଦାୟିତ୍ବ ସମ୍ଭାଳୁଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Oct 18, 2019, 5:28 PM IST

ABOUT THE AUTHOR

...view details