ଓଡିଶା

odisha

ETV Bharat / city

ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲେ ସେଚ୍ଛାସେବୀ ଓ RPF ଅଫିସର୍

ଲକଡାଉନ ସମୟରେ ଅସହାୟ ଲୋକଙ୍କ ମୁହଁରେ ଖାଦ୍ୟ ଦେଲେ କିଛି ସ୍ବେଚ୍ଛାସେବୀ ସଂଗଠନ । ଏହା ସହ ରାଉରକେଲା ରେଳ ଷ୍ଟେସନର ମୁଖ୍ୟ ଗେଟ ନିକଟରେ RPF ଅଫିସର ତଥା ଯବାନ ମାନେ ସଂଗଠନ ସହିତ ମିଶି ଖାଇବା ବାଣ୍ଟୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

RPF officers shared food with voluntary organizations to poor people
ଲକଡାଉନ: ସ୍ବେଚ୍ଛାସେବୀ ସଂଗଠନ ସହ ମିଶି ଖାଦ୍ୟ ବାଣ୍ଟିଲେ RPF ଅଫିସର

By

Published : Mar 31, 2020, 10:24 AM IST

Updated : Mar 31, 2020, 11:28 AM IST

ରାଉରକେଲା: କୋରୋନା ମହାମାରୀକୁ ରୋକିବାକୁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । କିନ୍ତୁ ଏହି ଲକଡାଉନ କାରଣରୁ ଦୋକାନ ବଜାର ହୋଟେଲ ଆଦି ସବୁ ବନ୍ଦ ରହୁଥିବାରୁ ଜନ ସାଧାରଣଙ୍କଠାରୁ ଆରମ୍ଭ କରି ପଶୁ ପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଭୋକ ଉପାସରେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହି ସମୟରେ ରାଉରକେଲାରେ ଫସି ରହିଥିବା ଶତାଧିକ ଗରିବ, ନିରାଶ୍ରୟଙ୍କୁ ସହୟତାର ହାତ ବଢାଇଛନ୍ତି କିଛି ସଂଗଠନ ଓ ସ୍ବେଚ୍ଛାସେବୀ ।

ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲେ ସେଚ୍ଛାସେବୀ ଓ RPF ଅଫିସର୍

ଏହା ସହ ରାଉରକେଲା ରେଳ ଷ୍ଟେସନର ମୁଖ୍ୟ ଗେଟ ନିକଟରେ RPF ଅଫିସର ତଥା ଯବାନ ମାନେ ସଂଗଠନ ସହିତ ମିଶି ଖାଇବା ବାଣ୍ଟୁଥିବା ଦେଖିବାକୁ ମିଳିଛି । ବିଶେଷକରି ଏହି ମହାମାରୀର ମୁକାବିଲା ପାଇଁ ସବୁଠୁ ଜରୁରୀ ସାମାଜିକ ଦୂରତା ଏହି ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଏଠାରେ ଲୋକମାନଙ୍କୁ ଦିନରେ ଖେଚୁଡି ଓ ରାତିରେ ପୁରୀ ତରକାରୀ ଦିଆଯାଉଛି । ଯାହା ଅସହାୟ ଓ ଗରିବ ଲୋକଙ୍କ ମୁହଁରେ ହସ ଫୁଟାଉଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Mar 31, 2020, 11:28 AM IST

ABOUT THE AUTHOR

...view details