ରାଉରକେଲା: ରେଳଧାରଣାରେ ଚାଲିଚାଲି ଯାଉଥିବା ସମୟରେ ଧରାପଡିଲେ ଝାଡଖଣ୍ଡର 7 ଶ୍ରମିକ । ରେଙ୍ଗାଲିରୁ ଝାଡଖଣ୍ଡ ଚାଲିଚାଲି ଯାଉଥିବା ସମୟରେ ଅଟକ ରଖିଲା ଆରପିଏଫ । ଧରାପଡିଥିବା ଶ୍ରମିକ ମାନେ ହେଲେ ଝାଡଖଣ୍ଡ ଚକ୍ରଧରପୁରର ରାଜେନ୍ଦ୍ର ଗର୍ଗଇ, ଲଲକିଶୋର ଗର୍ଗଇ,ଶ୍ରାବଣ ସୋଇ, ଜୋକ୍ତ, ବିଶାଳ ବଙ୍ଗର, ଯୋଗୁଣ, ରାମଲଲ ଗୋପ। ।
ରେଳଧାରଣାରେ ଚାଲିଚାଲି ଯାଉଥିଲେ ଦାଦନ ଶ୍ରମିକ, ଧରିଲା ଆରପିଏଫ ଆରପିଏଫ ସେମାନଙ୍କୁ ଅଟକ ରଖିବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ସେମାନଙ୍କୁ ସେଲଟର ହୋମ୍କୁ ପଠାଇ ଦିଆଯାଇଛି । ସେଠାରେ ସେମାନଙ୍କର ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି ।
ସୂଚନାଅନୁସାରେ, ଝାଡଖଣ୍ଡ ଚକ୍ରଧରପୁର ସମୟରେ ରେଙ୍ଗାଲିରେ କାମ କରୁଥିବା ଏହି ଶ୍ରମିକମାନଙ୍କର ଠିକାଦାର ପଳାଇଥିବାରୁ ଏମାନେ ଖାଇବାକୁ ନପାଇ ନିଜ ଘରକୁ ଯାଉଥିଲେ । ଲକ୍ଡାଉନ୍ ପାଇଁ ଯାନବାହାନ ବନ୍ଦ ଥିବାରୁ ସେମାନେ ରେଳଧାରଣାରେ ଚାଲିଚାଲି ରେଙ୍ଗାଲିରୁ ଝାଡଖଣ୍ଡର ଚକ୍ରଧରପୁର ଯାଉଥିଲେ । ତେବେ ଆରପିଏଫ୍ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଅଟକାଇବା ସହ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲା ।
ପରେ ସେମାନଙ୍କୁ ସେଲଟର ହୋମ୍ରେ ରଖାଯାଇଛି । ସେମାନେ ସୋମବାର ସକାଳ 8ଟାରୁ ରେଳଧାରଣା ଉପରେ ଚାଲିଚାଲି ଆସୁଥିବା କହିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ