ରାଉରକେଲା: JEE ଓ NEET ପରୀକ୍ଷା ସ୍ଥଗିତ ନେଇ ରାଉରକେଲା ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମହାମାରୀ କୋରୋନା ସମୟରେ ଏହି ପରୀକ୍ଷାକୁ ବାତିଲ କରିବା ସହ ସ୍ଥିତି ସାମାନ୍ୟ ହେଲେ କରିବା ପାଇଁ ଦାବି କରିଛନ୍ତି ।
ରାଉରକେଲା ଆମ୍ବେଦକର ଛକରେ ଯୁବ କଂଗ୍ରେସ ସଭାପତି ପ୍ରବୋଧ ଦାସଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ଓ କଂଗ୍ରେସ କର୍ମୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । କୋରୋନା ସମୟରେ ଯାତାୟତର ସୁବିଧା ନଥିବା ବେଳେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ଏବଂ ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ଯାଇ ପାରିବେ ନାହିଁ।