ଓଡିଶା

odisha

ETV Bharat / city

ରାଉରକେଲାରେ ଗୋଟିଏ ଦିନରେ ହେବ 3 ହଜାର ଟେଷ୍ଟ - 3 ହଜାର ଟେଷ୍ଟ

ରାଉରକେଲା ସହରରେ କୋରୋନା ଆକ୍ରାନ୍ତ ଚିହ୍ନଟ ପାଇଁ ଅଧିକରୁ ଅଧିକ ଆଣ୍ଟିଜେନ ଟେଷ୍ଟ କରିବା ଉପରେ ଗୁରୁତ୍ବ ଦେଇ ଉତ୍ତରାଞ୍ଚଳର ଆୟୁକ୍ତ ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି। ଅଧିକ ଖବର ପଢନ୍ତୁ...

ରାଉରକେଲାରେ ଗୋଟିଏ ଦିନରେ ହେବ 3 ହଜାର ଟେଷ୍ଟ
ରାଉରକେଲାରେ ଗୋଟିଏ ଦିନରେ ହେବ 3 ହଜାର ଟେଷ୍ଟ

By

Published : Aug 10, 2020, 10:05 PM IST

ରାଉରକେଲା: ସହରରେ କୋରୋନା ଆକ୍ରାନ୍ତ ଚିହ୍ନଟ ପାଇଁ ଅଧିକରୁ ଅଧିକ ଆଣ୍ଟିଜେନ ଟେଷ୍ଟ କରିବା ଉପରେ ଗୁରୁତ୍ବ ଦେଇ ଉତ୍ତରାଞ୍ଚଳର ଆୟୁକ୍ତ ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି। ପ୍ରତି 20 ମିନିଟରେ ଏହି ଟେଷ୍ଟ କରିବା ସହ ଅଧିକରୁ ଅଧିକ ଲୋକଙ୍କ ନମୁନା ଯାଞ୍ଚ କରି ହେବ। ଗୋଟିଏ ଦିନରେ 3 ହଜାର ଟେଷ୍ଟ ହେବାକୁ ଲକ୍ଷ୍ୟ ରଖାଯାଇଛି।

ରାଉରକେଲାରେ ଗୋଟିଏ ଦିନରେ ହେବ 3 ହଜାର ଟେଷ୍ଟ

ଏହା ପାଇଁ ସବୁ ବ୍ୟବସ୍ଥା ଜିଲ୍ଲାପାଳ କରିବେ ବୋଲି କହିଥିଲେ ଉତ୍ତରାଞ୍ଚଳ ଆୟୁକ୍ତ। ଆରଏମସି ହଲରେ ଆଜି ଆରଡିସି ରାଉରକେଲା ଏଡିଏମଙ୍କ ସହିତ ଏହି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଏହି ଯୋଜନା ଉପରେ କଥାବାର୍ତ୍ତା କରି ନିଷ୍ପତ୍ତି ଗ୍ରହଣ କରିଥିଲେ।

ଅଧିକ ରୁ ଅଧିକ ଯାଞ୍ଚ କେମିତି କରାଯିବ, ତା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଆଗରୁ ଯାଞ୍ଚକୁ ନେଇ କଟକଣା ଥିବାବେଳେ ଏଣିକି ଅଧିକରୁ ଅଧିକ ଯାଞ୍ଚ ହେଲେ କୋରୋନାର ସଫଳ ମୁକାବିଲା କରିହେବ ବୋଲି କୁହାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details