ଓଡିଶା

odisha

By

Published : Jul 6, 2020, 7:43 PM IST

ETV Bharat / city

ସ୍କୁଲ ଓ କଲେଜ ଫି ଅସୁଲକୁ ରାଉରକେଲା ଛାତ୍ର କଂଗ୍ରେସର ବିରୋଧ

ସହରରେ ବିଭିନ୍ନ ସ୍କୁଲ ଓ କଲେଜ ପ୍ରଶାସନ ଆଦାୟ କରିଚାଲିଛନ୍ତି ମାତ୍ରାଧିକ ଫିସ । ଏନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏଥିରେ ପ୍ରତିବାଦର ସ୍ବର ଉଠାଇଛି ଛାତ୍ର କଂଗ୍ରେସ ।

rourkela latest news, fees collection in school and college of rourkela, rourkela student congress, ରାଉରକେଲା ଲାଟେଷ୍ଟ ନ୍ୟୁଜ୍‌, ରାଉରକେଲାରେ ସ୍କୁଲ କଲେଜରେ ଫି ସଂଗ୍ରହ, ରାଉରକେଲା ଛାତ୍ର କଂଗ୍ରେସ
ସ୍କୁଲ ଓ କଲେଜରେ ଫି ଅସୁଲକୁ ରାଉରକେଲା ଛାତ୍ର କଂଗ୍ରେସର ବିରୋଧ

ରାଉରକେଲା: ସହରରେ ବିଭିନ୍ନ ସ୍କୁଲ ଓ କଲେଜ ପ୍ରଶାସନ ଆଦାୟ କରିଚାଲିଛନ୍ତି ମାତ୍ରାଧିକ ଫିସ । ଏନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏଥିରେ ପ୍ରତିବାଦର ସ୍ବର ଉଠାଇଛି ଛାତ୍ର କଂଗ୍ରେସ । ସୋମବାର ଏନେଇ ପାନପୋଷ ଉପଜିଲ୍ଲାପାଳଙ୍କ ଏକ ଦାବିପତ୍ର ପ୍ରଦାନ କରିଛି ଛାତ୍ର କଂଗ୍ରେସ । ଏହି ଦାବିପତ୍ରରେ ସ୍କୁଲ ଓ କଲେଜ ପ୍ରଶାସନ ଆଦାୟ କରୁଥିବା ଏହି ଫିସ୍‌ ଉପରେ ରୋକ ଲଗାଇବା ପାଇଁ ଦାବି କରାଯାଇଛି ।

ସ୍କୁଲ ଓ କଲେଜରେ ଫି ଅସୁଲକୁ ରାଉରକେଲା ଛାତ୍ର କଂଗ୍ରେସର ବିରୋଧ

ଏନେଇ ଛାତ୍ର ନେତା ପ୍ରବୋଧ ଦାସଙ୍କ ନେତୃତ୍ବରେ ଛାତ୍ର ନେତାମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ । ଏହାପରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଛାତ୍ର ନେତାମାନେ ନିଜ ଦାବି ଉପସ୍ଥାପନା କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details