ଓଡିଶା

odisha

ETV Bharat / city

ଆକ୍ସନ ମୁଡରେ ଏସପି, ଇସ୍ପାତ ନଗରୀରୁ କମିବ ଅପରାଧ

ରାଉରକେଲାରୁ ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ଏସପି । ଲୋକେ କିପରି ନ୍ୟାୟ ପାଇବେ ଓ ଟ୍ରାଫିକ୍ ସମସ୍ୟା କିପରି ସୁଧରିବ ଏନେଇ ଏସପି ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

By

Published : Aug 30, 2019, 2:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଦାୟିତ୍ବ ନେବା ପରେ ଆକ୍ସନ ମୁଡ୍‌ରେ ରାଉରକେଲା ଏସପି କେ.ଶିବା ସୁବ୍ରମଣି । ଇସ୍ପାତ ନଗରୀରେ କ୍ରାଇମ ଉପରେ ଲାଗିବ ରୋକ୍ । ଷ୍ଟିଲ ସିଟିରେ ଅପରାଧ କମାଇବା ସହ ଟ୍ରାଫିକ ସମସ୍ୟା ସୁଧାରିବାକୁ ଏସପିଙ୍କ ଫୋକସ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ନୂଆକରି ରାଉରକେଲାର ଏସପି ହୋଇଥିବା କେ.ଶିବାଙ୍କ ପାଇଁ ଷ୍ଟିଲ ସିଟିରୁ ଅପରାଧ କମାଇବା ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି । ବଢୁଥିବା ଅପରାଧକୁ କିପରି ରୋକା ଯିବ ଏନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଉରକେଲାକୁ ଅପରାଧ କିଭଳି କମିବ ଓ ଟ୍ରାଫିକ ସମସ୍ୟାରୁ ଲୋକେ କିପରି ମୁକ୍ତି ପାଇବେ ସେ ନେଇ ଆଲୋଚନା ହୋଇଥିଲା ।


ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details