ଓଡିଶା

odisha

ETV Bharat / city

ସରକାରଙ୍କ ନିୟମକୁ ଫୁ: ଦିନ 11ଟା ପରେ ଖୋଲିଲା RTO ଅଫିସ

ରାଜ୍ୟ ସରକାର ଛୁଟି ଦିନରେ ମଧ୍ୟ RTO କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ରାଉରକେଲାରେ ପାଳନ ନ କରା ଯିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ପରେ ଦିନ 11 ଟା ପରେ କାର୍ଯ୍ୟାଳୟ ଖୋଲା ଯାଇ କାମ ଆରମ୍ଭ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 15, 2019, 1:22 PM IST

ରାଉରକେଲା: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରଠାରୁ ଗାଡିର କାଗଜପତ୍ର ଠିକ କରିବା ପାଇଁ RTO କାର୍ଯ୍ୟାଳୟରେ ପ୍ରବଳ ଭିଡ ଦେଖାଯାଉଛି । ତଥା ରାଜ୍ୟ ସରକାର ଛୁଟି ଦିନରେ ମଧ୍ୟ RTO କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ରାଉରକେଲାରେ ପାଳନ ନ କରାଯିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । କିନ୍ତୁ ଦିନ 11 ଟା ପରେ କାର୍ଯ୍ୟାଳୟ ଖୋଲା ଯାଇ କାମ ଆରମ୍ଭ କରାଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଲୋକଙ୍କ ସୁବିଧା ପାଇଁ ଛୁଟିଦିନରେ ମଧ୍ୟ RTO କାର୍ଯ୍ୟାଳୟ ଖୋଲା ରଖିବାକୁ ସରକାର ଘୋଷଣା କରିଥିଲେ । ଆଉ ରାଉରକେଲା RTO ସମ୍ମୁଖରେ ସକାଳେ ଯେବେ ଲୋକମାନେ ପହଞ୍ଚିଲେ ଅଫିସ ବନ୍ଦ ଥିଲା । ଲୋକମାନେ ହଇରାଣ ହୋଇ କିଛି ସମୟ ପାଇଁ ହୋ ହାଲ୍ଲା କରିଥିଲେ । ପରେ କାର୍ଯ୍ୟାଳୟ ଖୋଲାଯାଇଥିଲା । ହେଲେ RTO ଅଫିସ କାହିଁକି ବନ୍ଦ ରହିଥିଲା ଏହାର ତଦନ୍ତ ହେବ ବୋଲି କୁହାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details