ଓଡିଶା

odisha

ETV Bharat / city

କୋରୋନା ଆତଙ୍କ: ରାଉରକେଲା ରେଳଷ୍ଟେସନ ଖାଁ ଖାଁ - କୋରନା ଆତଙ୍କ ରାଉରକେଲା ରେଳଷ୍ଟେସନ ଖାଁ ଖାଁ

ମହାମାରୀ କୋରନାକୁ ନେଇ ଆସନ୍ତାକାଲି ସାରା ଦେଶରେ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରାଯିବ। ରାଉରକେଲା ରେଳଷ୍ଟେସନ ଖାଁ ଖାଁ । ପ୍ରତିଦିନ ପ୍ଲାଟଫର୍ମରେ ଯେଭଳି ଭିଡ ପରିଲକ୍ଷିତ ହୁଏ ଆଜି ଷ୍ଟେସନରେ ଲୋକଙ୍କୁ ଦେଖିବାକୁ ମିଳିନାହିଁ । ଅଧିକ ପଢନ୍ତୁ...

rourkela-railway-station-passenger-empty-for-coronavirus
କୋରନା ଆତଙ୍କ ରାଉରକେଲା ରେଳଷ୍ଟେସନ ଖାଁ ଖାଁ

By

Published : Mar 21, 2020, 6:31 PM IST

ରାଉରକେଲା: ଚାରିଆଡେ କୋରୋନା ଆତଙ୍କ । କୋରୋନାକୁ ନେଇ ରାଉରକେଲା ରେଳଷ୍ଟେସନ ଖାଁ ଖାଁ । । ପ୍ରତିଦିନ ପ୍ଲାଟଫର୍ମରେ ଯେଭଳି ଭିଡ ପରିଲକ୍ଷିତ ହୁଏ ସେଭଳି ଆଜି ଷ୍ଟେସନରେ ଲୋକଙ୍କୁ ଦେଖିବାକୁ ମିଳିନାହିଁ । ହାତ ଗଣତି କିଛି ଲୋକ ଟ୍ରେନରେ ଦେଖାଯାଇଥିଲେ ।

କୋରନା ଆତଙ୍କ ରାଉରକେଲା ରେଳଷ୍ଟେସନ ଖାଁ ଖାଁ

ମହାମାରୀ କୋରନାକୁ ନେଇ ଆସନ୍ତାକାଲି ସାରା ଦେଶରେ ସକାଳ 7ରୁ ରାତି 9 ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରାଯିବ । ରାଉରକେଲା ଷ୍ଟେସନ ଭିତରେ ଓ ବାହାରେ ଯେଉଁଭଳି ଭିଡ଼ ସବୁଦିନ ଦେଖିବାକୁ ମିଳେ ତାହା ଆଜି ଦେଖାଯାଇନଥିଲ। । ସାଧାରଣ ଦିନରେ ପାସେଞ୍ଜର ଟ୍ରେନରେ ପ୍ରବଳମାତ୍ରାରେ ଭିଡ଼ ଦେଖାଯାଏ କିନ୍ତୁ ଆଜି କୌଣସି ଟ୍ରେନରେ ଭିଡ ଦେଖାଯାଇନାହିଁ ।

ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋରୋନାକୁ ନେଇ ବ୍ୟାପକ ସଚେତନତା କରାଯାଉଛି । ରାତି 10 ଟାରୁ ଟ୍ରେନ ଚଳାଚଳ ବନ୍ଦ କରାଯିବ କିନ୍ତୁ ରାଉରକେଲା ଷ୍ଟେସନରେ ଏବେଠୁ କର୍ଫ୍ୟୁ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details