ରାଉରକେଲା: ବିଭିନ୍ନ ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଥିବା ବେଳେ ରାଉରକେଲା ରେଳଷ୍ଟେସନ ଏଥିରୁ ବଞ୍ଚିତ । ରେଳ ଷ୍ଟେସନରେ ଏଟିଏମ ଭଳି ସୁବିଧା ବନ୍ଦ କରିବା ରାଉରକେଲା ସହର ପ୍ରତି ଜନ ପ୍ରତିନିଧିଙ୍କ ଅଣଦେଖାକୁ ସ୍ପଷ୍ଟ ଦର୍ଶାଉଛି ।
ଏଟିଏମ ସୁବିଧାରୁ ବଞ୍ଚିତ ରାଉରକେଲା ରେଳ ଷ୍ଟେସନ - ରାଉରକେଲା ରେଳ ଷ୍ଟେସନ
ବିଭିନ୍ନ ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଥିବା ବେଳେ ରାଉରକେଲା ରେଳଷ୍ଟେସନ ଏଥିରୁ ବଞ୍ଚିତ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ରାଉରକେଲା ରେଳ ଷ୍ଟେସନ ଏକ ପ୍ରମୁଖ ଷ୍ଟେସନ ହୋଇଥିବାରୁ ଲୋକଙ୍କ ପାଇଁ ଏହାର ଅନେକ ମହତ୍ତ୍ବ ରହିଛି । ୟୁକୋ ବ୍ୟାଙ୍କର ଏଟିଏମ ଉପାଡି ନିଆଯାଇଥିବା ବେଳେ ଏସବିଆଇର ଏଟିଏମ 4 ମାସ ହେବ ବନ୍ଦ ରହିଛି । ଏହାଦ୍ବାରା ସାଧାରଣ ଯାତ୍ରୀମାନଙ୍କ ସହ ରେଳ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଏହି ସୁବିଧା କାହିଁକି ବନ୍ଦ କରାଯାଇଛି ତାହା କେହି ବି ସ୍ପଷ୍ଟ କହିପାରୁନାହାନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ