ଓଡିଶା

odisha

ETV Bharat / city

ମିଳୁନି ପ୍ରୋତ୍ସାହନ: ହାର ମାନିନି କୁମ୍ଭାକାର - କୁମ୍ଭାକାରଙ୍କ ପାଇଁ ଅଡୁଆ ସାଜୁଛି ଚାଇନା ଲାଇଟ୍

ଚାଇନା ଲାଇଟ୍ ଓ ଡିଜାଇନ ଦୀପ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁମ୍ଭାକାର । ରାତି ଦିନ ପରିଶ୍ରମ କରିବା ସତ୍ତ୍ବେ ମିଳୁନି ଉଚିତ୍ ପ୍ରାପ୍ୟ । ଅଧିକ ପଢନ୍ତୁ...

ମିଳୁନି ପ୍ରୋତ୍ସାହନ ଓ ସହାୟତା, ତଥାପି ହାର ମାନିନି କୁମ୍ଭାକାର

By

Published : Oct 22, 2019, 4:04 PM IST

ରାଉରକେଲା: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଚଳଚଞ୍ଚଳ କୁମ୍ଭାକାର ପରିବାର । ସେପେଟ କିନ୍ତୁ ଚାଇନା ଲାଇଟ୍ ଓ ଡିଜାଇନ ଦୀପ ପାଇଁ ଲୋପ ପାଉଛି ମାଟି ଦୀପର ଚାହିଦା । ଯାହା ଏବେ କୁମ୍ଭାକାରଙ୍କ ପାଇଁ ଏକ ପ୍ରକାରର ଚ୍ୟାଲେଞ୍ଜ ।

ମିଳୁନି ପ୍ରୋତ୍ସାହନ ଓ ସହାୟତା, ତଥାପି ହାର ମାନିନି କୁମ୍ଭାକାର

ବର୍ଷ ବର୍ଷ ଧରି ନିଜ କଳା କାରିଗରୀ ପ୍ରଦର୍ଶନ କରି କଳସ, ଦୀପ ସହ ଅନେକ କିଛି ମାଟି ତିଆରି ସାମଗ୍ରୀ ପ୍ରସ୍ତୁତ କରେ କୁମ୍ଭାକାର । ବର୍ଷ ସାରା ଏହି କାମ ଚାଲିଥିବାବେଳେ ପାର୍ବଣ ଋତୁରେ ଏମାନଙ୍କ କାମ ବଢିଯାଏ । ତଥାପି ବିନା ଦ୍ବନ୍ଦରେ ଏହି ଚ୍ୟାଲେଞ୍ଜ ପୂରା କରିବାକୁ ଏମାନେ ଦିନ ରାତି ପରିଶ୍ରମ କରିଥାନ୍ତି ।

ଚାଇନା ଲାଇଟ୍ ଓ ଡିଜାଇନ ଦୀପର ଆଗରେ ମାଟି ଦୀପର ଚାହିଦା ବୁଡୁଥିବାବେଳେ ଏବେ ବି କେତେ ଜଣ ନିଜର କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି । ସେପଟେ ପ୍ରୋତ୍ସାହନ ଅଭାବ ସତ୍ତ୍ବେ କିଛି ବ୍ୟବସାୟୀ ସେମାନଙ୍କ ପାଖରୁ ଏସବୁ କିଣି ବଜାରରେ ବିକ୍ରି କରୁଥିବା ଦେଖାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details