ଓଡିଶା

odisha

By

Published : Jul 30, 2019, 5:44 PM IST

Updated : Jul 30, 2019, 7:27 PM IST

ETV Bharat / city

ରାଉରକେଲା ଆରଟିଓ ଅଫିସରେ ପୋଲିସର ଚଢାଉ, 13 ଅଟକ

ଆରଟିଓ ଅଫିସରେ ଚଢାଉ କଲା ରାଉରକେଲା ପୋଲିସ । ବହୁଦିନ ଧରି ଦଲାଲମାନେ ବେଆଇନ ଭାବେ ଗ୍ରାହକଙ୍କ ଗାଡି କାଗଜପତ୍ର କରାଇ ଅର୍ଥ ନେଉଥିବା ଅଭିଯୋଗ ହୋଇଥଲା । ଏହି ଖବର ମିଳିବା ପରେ ଆଜି ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଆରଟିଓ ଅଫିସରେ ଚଢାଉ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲା ଆରଟିଓ ଅଫିସରେ ମଙ୍ଗଳବାର ଦିନ ରାଉରକେଲା ପୋଲିସ ପକ୍ଷରୁ ଚଢାଉ କରାଯାଇଛି । 13 ଜଣ ଦଲାଲଙ୍କୁ ଅଟକ ରଖାଯିବା ସହ ରେଜିଷ୍ଟ୍ରେସନ ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ତେବେ ଅତିରିକ୍ତ ଏସପିଙ୍କ ନେତୃତ୍ୟରେ ଏହି ଚଢାଉ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା ଆରଟିଓ ଅଫିସରେ ବହୁଦିନ ଧରି ଦଲାଲମାନେ ବେଆଇନ ଭାବେ ଗ୍ରାହକଙ୍କ ଗାଡି କାଗଜପତ୍ର କରାଇ ଅର୍ଥ ନେଉଥିବା ଅଭିଯୋଗ ହୋଇଥଲା । ଏହି କାର୍ଯ୍ୟାଳୟରେ ଦଲାଲମାନଙ୍କୁ ନଧରିଲେ କିଛି କାମ ହେଉ ନଥିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ ମଧ୍ୟ କରିଥିଲେ । ଏପରିକି ଏହି ଦଲାଲ ମାନେ ଆରଟିଓ କାର୍ଯ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ଧମକ ଚମକ ଦେବା ଅଭିଯୋଗ ହୋଇଥିଲା । ଏହି ଖବର ଜଣାପଡିବା ପରେ ଆଜି ରାଉରକେଲାର ଅତିରିକ୍ତ ଏସପିଙ୍କ ନେତୃତ୍ୟରେ ଆରଟିଓ ଅଫିସରେ ଚଢାଉ ହୋଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Jul 30, 2019, 7:27 PM IST

ABOUT THE AUTHOR

...view details