ରାଉରକେଲା: କଣ୍ଟେନମେଣ୍ଟ ଜୋନ ନିୟମ ଉଲ୍ଲଙ୍ଘନ କରି ପୋଲିସ ବିରୋଧରେ ବାହାରି ଥିବା ଲୋକଙ୍କ କଥା ଶୁଣିବା ପରେ ମିଡିଆକୁ ଏକ ଆଡଭାଇଜରି ଜାରି କରାଯାଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେବା ସହିତ ମିଡିଆକୁ କୁହାଯାଇଛି କଣ୍ଟେନମେଣ୍ଟ ଜୋନକୁ ନାଲା ରୋଡ ନଲେଖି ମେନ ରୋଡ ଲେଖାଯାଉ ବୋଲି କହିଛନ୍ତି।
ପୋଲିସ ଏହିଭଳି ଆଡଭାଇଜରୀ ରାଜ୍ୟ ସରକାରକୁ ଦେବା ଉଚିତ ଥିଲା। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗ କିମ୍ବା ସୂଚନା ତଥା ଲୋକସମ୍ପର୍କ ବିଭାଗ ହିଁ କୋରୋନା ସମ୍ପର୍କରେ ଟ୍ବିଟ କରି ସାଧାରଣ ଲୋକଙ୍କ ପାଇଁ ଯାହା ସୂଚନା ଦେଇଛି ସେଠାରେ ନାଲା ରୋଡ ବୋଲି ସ୍ପଷ୍ଟ ଲେଖା ଯାଉଛି। ମାତ୍ର ଏତିକି ନୁହେଁ ଜିଲ୍ଲା ପ୍ରଶାସନ ମଧ୍ୟ କଣ୍ଟେନମେଣ୍ଟ ଅଞ୍ଚଳର ନକ୍ସାରେ ଏହାକୁ ନାଳାରୋଡ଼ ଲେଖୁଛି।