ସୁନ୍ଦରଗଡ଼:କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ସବୁ ରାଜ୍ୟରେ ଆରମ୍ଭ ହୋଇଛି ପୋଲିସ ମକ୍ଡ୍ରିଲ । ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ମଧ୍ୟ ମକ୍ ଡ୍ରିଲ ହୋଇଛି । ରାଉରକେଲା ପୋଲିସ, ଝାରଖଣ୍ଡ ପୋଲିସ ଓ କେନ୍ଦ୍ରୀୟ ପୋଲିସ ସହ CRPF ଯବାନମାନେ ମିଶି କରିଛନ୍ତି ମକ୍ଡ୍ରିଲ । ପୋଲିସ ବାହିନୀର ଏହି ମକ୍ଡ୍ରିଲ୍ କାର୍ଯ୍ୟକ୍ରମରେ ରାଉରକେଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ଥାନାର ଅଧିକାରୀ ମାନେ ଯୋଗ ଦେଇଥିଲେ ।
ପୋଲିସ ବାହିନୀ ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ । ଏହାସହ କୌଣସି ସ୍ଥାନରେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ପାଇଲେ ତୁରନ୍ତ ନିକଟତମ ପୋଲିସକୁ ଅବଗତ କରାଇବା ନେଇ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି । ପୋଲିସ ବାହିନୀର ଏହି ମକ୍ଡ୍ରିଲକୁ ସହରବାସୀ ସ୍ୱାଗତ କରିଛନ୍ତି ।