ରାଉରକେଲା: କୋରୋନା ପାଇଁ ଏବେ ସମସ୍ତେ ଆତଙ୍କିତ । ସବୁ ଜାଗାରେ ଆରମ୍ଭ ହୋଇଯାଇଛି ସଚେତନତା ଆଉ ସତର୍କତା କାର୍ଯ୍ୟକ୍ରମ। କୌଣସି ବି ସ୍ଥାନରେ ଏକତ୍ରିତ ନହେବାକୁ ବାରଣ କରାଯାଇଛି। ବିଭିନ୍ନ ବିବାହ ବ୍ରତଘର ପାଇଁ ହଲ୍ ବୁକିଙ୍ଗ ରଦ୍ଧ କରିବା ପରେ ଏବେ ପାର୍କରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି ।
କୋରୋନା ଭୟରେ ରାଉରକେଲାରେ ବନ୍ଦ ହେଲା ପାର୍କ - corona impact
କୋରୋନା ସଂକ୍ରମଣ ରୋକିବା ପାଇଁ ସହରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏନେଇ ଏବେ ସତର୍କତା ଆଉ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି ରାଉରକେଲା । ଅଧିକ ପଢନ୍ତୁ...

କୋରୋନା ଭୟରେ ରାଉରକେଲାରେ ବନ୍ଦ ହେଲା ପାର୍କ
କୋରୋନା ଭୟରେ ରାଉରକେଲାରେ ବନ୍ଦ ହେଲା ପାର୍କ
ଇନ୍ଦିରା ଗାନ୍ଧୀ ତଥା ନେହେରୁ ପାର୍କକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଥିବା ବେଳେ ଆଜି ଗେଟ୍ ବନ୍ଦ ହୋଇଯିବାରୁ ବହୁ ସଂଖ୍ୟାରେ ଲୋକ ନିରାଶ ହୋଇ ଫେରିଛନ୍ତି । ତେବେ କୋରୋନା ସଂକ୍ରମଣ ରୋକିବା ଉଦ୍ଦ୍ୟେଶରେ ସରକାରଙ୍କ ଏଭଳି ନିଷ୍ପତି ନିଆ ଯାଇଥିବା କୁହାଯାଉଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ