ଓଡିଶା

odisha

ETV Bharat / city

ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ଆରଏମସି କମିଶନର - projects progress work

ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ବିଭିନ୍ନ ନିର୍ମାଣାଧିନ ପ୍ରକଳ୍ପ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ଏହି ଦୁଇଟି ସେଣ୍ଟରରର ଯଥାଶୀଘ୍ର ସମସ୍ତ କାମ ସାରିବାକୁ ଉପରିସ୍ଥତ ଯନ୍ତ୍ରୀ ଓ ଠିକାଦାରଙ୍କୁ ତାଗିଦ୍ କରିଥିଲେ।

ମହାନିଗର ନିଗମ କମିଶନର
ମହାନିଗର ନିଗମ କମିଶନର

By

Published : Jul 7, 2020, 3:31 PM IST

ରାଉରକେଲା: ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ବିଭିନ୍ନ ନିର୍ମାଣାଧିନ ପ୍ରକଳ୍ପ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରଥମେ ଛେଣ୍ଡ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ସ୍ଥିତି ତଦାରଖ କରିଥିଲେ । ଏହାପରେ ବାଲୁଘାରେ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ବୁଲି ଦେଖିଥିଲେ। ଏଥିସହ ଏହି ଦୁଇଟି ସେଣ୍ଟରରର ଯଥାଶୀଘ୍ର ସମସ୍ତ କାମ ସାରିବାକୁ ଉପରିସ୍ଥତ ଯନ୍ତ୍ରୀ ଓ ଠିକାଦାରଙ୍କୁ ତାଗିଦ୍ କରିଥିଲେ।

ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ରାଉରକେଲା ମହାନିଗର କମିଶନର
ଏତଦବ୍ୟତୀତ ସେପ୍ଟେଜ୍ ପ୍ଲାଣ୍ଟର ପରିଚାଳନା କିପରି ହେଉଛି ତାହାର ସମୀକ୍ଷା କରିଥିଲେ। ଓଡବ୍ଲୁଏସଏସବିର ଅଧିକାରୀମାନଙ୍କୁ ମଧ୍ୟ ଏହାର ସୁବ୍ୟବସ୍ଥା ନିମନ୍ତେ ପରାମର୍ଶ ଦେଇଥିଲେ। ପରେ ନିର୍ମାଣାଧିନ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ।
ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ରାଉରକେଲା ମହାନିଗର କମିଶନର
ଯଥାଶୀଘ୍ର ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଶେଷ ହୋଇପାରିଲେ ରାଉରକେଲବାସୀଙ୍କୁ ଏହାର ସୁଫଳ ପାଇପାରିବେ ବୋଲି କହି ସେ ଦିଗରେ ଆବଶ୍ୟକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ରାଉରକେଲରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details