ଓଡିଶା

odisha

ETV Bharat / city

ଲକ ଡାଉନର ଦ୍ବିତୀୟ ଦିନରେ ‘ରାଉରକେଲା’ - କୋରୋନା ଭାଇରସ ଲକ୍ଷଣ

ସାରା ରାଜ୍ୟରେ କୋରୋନାକୁ ନେଇ ଲକ ଡାଉନ ଘୋଷଣା କରାଯାଇଛି । ରାଉରକଲାରେ ମଙ୍ଗଳବାର ଦ୍ବିତୀୟ ଦିନରେ ଲୋକମାନେ ସରକାର ଓ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ସାଧାରଣ ଲୋକ ମାନୁନଥିବା ଦେଖାଯାଇଛି । ଏହାପରେ ପୋଲିସକୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇବାକୁ ପଡିଛି ।

rourkela-lock-dowm-2day-on-coronavirus-panademic
ରାଉରକେଲା ଲକ ଡାଉନର ଦ୍ବିତୀୟ ଦିନରେ

By

Published : Mar 24, 2020, 3:32 PM IST

ରାଉରକେଲା: ସାରା ରାଜ୍ୟରେ କୋରୋନାକୁ ନେଇ ଲକ ଡାଉନ ଘୋଷଣା କରାଯାଇଛି । ରାଉରକେଲା ସହରରେ ମଧ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ କରାଯାଇଛି । ମଙ୍ଗଳବାର ଦ୍ବିତୀୟ ଦିନରେ ଲୋକମାନେ ସରକାର ଓ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ସାଧାରଣ ଲୋକ ମାନୁନଥିବା ଦେଖାଯାଇଛି । ଏହାପରେ ପୋଲିସକୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇବାକୁ ପଡିଛି । ଲୋକଙ୍କ ବୁଝାଇବା ପରେ ଗାଡି ମୋଟର ଚଳାଚଳ କମ ରହିଥିଲା ।

ରାଉରକେଲା ଲକ ଡାଉନର ଦ୍ବିତୀୟ ଦିନରେ

ରାଉରକଲାରେ ଲକ ଡାଉନର 2 ଦିନରେ ମୁନଫଖୋର ବ୍ୟବସାୟୀ ମାନେ ଆଳୁ ,ଡାଲି ସହିତ ବିଭିନ୍ନ ଜିନିଷର ଦର ବୃଦ୍ଧି କରି ପ୍ରଶାସନ ସମ୍ମୁଖରେ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ମୁନଫଖୋର ବ୍ୟବସାୟୀ ମାନଙ୍କ ଉପରେ ପ୍ରଶାସନର ନିୟନ୍ତ୍ରଣ ନଥିବାରୁ ଦର ଆକାଶ ଛୁଆଁ ହେବାର ସମ୍ଭାବନା ରହିଛି। ମଙ୍ଗଳାବରା ସହର ସାରା ପୋଲିସ ମୁତୟନ କରାଯାଇଛି । ସେମାନେ ଦୋକାନ ବଜାର ବନ୍ଦ କରାଇବା ସହିତ ବିନା କାରଣ ରେ ମୋଟର ସାଇକେଲ କିମ୍ବା କାର ଧରି ବୁଲୁଥିବା ଲୋକଙ୍କୁ ଅଟକାଇ ତାଙ୍କୁ ତାଗିଦ କରୁଛନ୍ତି। ଏସପି କେ ଶିବା ସୁବ୍ରମଣି ଓ ଡିଏସପି ପିକେ ମିଶ୍ର ଲୋକଙ୍କୁ ଦୋକାନ ବଜାର ବନ୍ଦ କରିବାପାଇଁ ବୁଝାଇବାର ଦେଖିବାକୁ ମିଳିଥିଲା ।

କୋରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲାକଡାଉନ ଘୋଷଣା ର ଆଜି ଦ୍ଵିତୀୟ ଦିନ ଥିଲା। ଦ୍ଵିତୀୟ ଦିନ ରେ ହି ମୁନାଫାଖୋର ବ୍ୟବସାୟୀ ବହୁତ ସାମଗ୍ରୀର ଦର ବୃଦ୍ଧି କରି ପ୍ରଶାସନ ପାଖରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ବିଭିନ୍ନ ସ୍ଥାନରେ ଲକଡାଉନକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ଦେଖାଯାଇଥିଲେ। ଆଗକୁ ପ୍ରଶାସନ ଔଦ୍ୟୋଗିକ ସହରରେ ଲକଡଉନ କେମିତି ସଫଳ କରିବ ତା ଉପରେ ସମସ୍ତଙ୍କ ନଜର।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details