ଓଡିଶା

odisha

ETV Bharat / city

କୋଭିଡ କେୟାରହୋମକୁ ରାଉରକେଲାର ସ୍ଥାନୀୟ ଲୋକଙ୍କ ବିରୋଧ - Rourkela locals protest against Covid Care Home

ରାଉରକେଲା ମହାନଗର ନିଗମ ପକ୍ଷରୁ ଖୋଲାଯାଉଥିବା କୋଭିଡ କେୟାର ହୋମକୁ ସ୍ଥାନାନ୍ତର ଦାବି କରି ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

Rourkela
କୋଭିଡ କେୟାର ହୋମକୁ ସ୍ଥାନାନ୍ତର ଦାବି କରି ବିରୋଧ

By

Published : Jul 30, 2020, 1:28 PM IST

ରାଉରକେଲା: ମହାମାରୀ କୋରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର କୋଭିଡ କେୟାର ହୋମର ବ୍ୟବସ୍ଥା କରିଛନ୍ତି । ଯେଉଁଠି କୋରୋନା ଲକ୍ଷଣ ଦେଖାଯାଉଥିବା ମାତ୍ର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବ୍ୟକ୍ତିଙ୍କୁ ରଖାଯିବ । ମାତ୍ର ରାଉରକେଲା ମହାନଗର ନିଗମ ପକ୍ଷରୁ ଖୋଲାଯାଉଥିବା କୋଭିଡ କେୟାର ହୋମକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

କୋଭିଡ କେୟାର ହୋମକୁ ସ୍ଥାନାନ୍ତର ଦାବି କରି ବିରୋଧ

ରାଉରକେଲା ବନ୍ଧମୁଣ୍ଡାର ଫୁଲବରୀରେ ଆଚାର୍ଯ୍ୟ ହରିହର ହାଇସ୍କୁଲରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଖୋଲାଯାଉଥିବା କୋଭିଡ କେୟାର ହୋମକୁ ସ୍ଥାନୀୟ ଲୋକମାନେ ବିରୋଧ କରୁଛନ୍ତି । ଏହା ଏକ ଜନବହୁଳ ଅଞ୍ଚଳ ହୋଇଥିବାରୁ ସଂକ୍ରମଣ ହେବାର ଆଶଙ୍କା ଅଭିଯୋଗ କରି ସ୍ଥାନୀୟଲୋକେ ଏହି କୋଭିଡ କେୟାରହୋମର ସ୍ଥାନାନ୍ତର ଦାବି କରିଛନ୍ତି ।

ଘଟଣାସ୍ଥଳରେ ପୋଲିସ ଏବଂ ମହାନଗର ନିଗମ କର୍ମଚାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ପୂର୍ବରୁ ମଧ୍ୟ ରାଉରକେଲାର କେତେକ ସ୍ଥାନରେ କୋଭିଡ କେୟାର ହୋମ ଖୋଲିବାକୁ ବିରୋଧ କରାଯାଉଥିବାରୁ କୋଭିଡ ପରିଚାଳନା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details