ରାଉରକେଲା: ରାଉରକେଲାରେ ବଜାର ଦର ନିୟନ୍ତ୍ରଣ ରହିଛି । ପ୍ରଶାସନ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ସାମାନ୍ୟ ହୋଇଛି । ମାଲଗାଡି ବିଭିନ୍ନ ଜାଗାରେ ଫସି ରହିଥିବାରୁ ରାଉରକେଲା ବଜାରର ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଆଗକୁ ବନ୍ଦ ହୋଇପାରେ ବୋଲି କହିଛନ୍ତି ଆରସିସିଆଇ (ରାଉରକେଲା ଚ୍ୟାମ୍ବର ଅଫ କମର୍ଶ ଏଣ୍ଡ ଇଣ୍ଡଷ୍ଟ୍ରିସ) ସଭାପତି ପ୍ରବୀଣ ଗର୍ଗ । ଇଟିଭି ଭାରତକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ମାଲବାହୀ ଟ୍ରକ ଚଳାଚଳ ପାଇଁ ସେ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀକୁ ଏହି ସମ୍ପର୍କ ରେ ଚିଠି ଲେଖିଛନ୍ତି।
‘ଆଗକୁ ରାଉକେଲାରେ ନିଅଣ୍ଟ ହୋଇପାରେ ଅତ୍ୟାବଶ୍ୟକ ସାମଗ୍ରୀ’ - Rourkela is in control of market prices, RCCI president Rourkela
ରାଉରକେଲାରେ ବଜାର ଦର ନିୟନ୍ତ୍ରିତ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ମାଲବାହୀ ଟ୍ରକ ଚଳାଚଳ ନହେଲେ ଆଗକୁ ଅସୁବିଧା ହେବ । ରାଉରକେଲା ଆରସିସିଆଇ । ଅଧିକ ସୂଚନା ପାଇଁ ପଢନ୍ତୁ ...
ରାଉକେଲାରେ ବଜାର ଦର ନିୟନ୍ତ୍ରିତ,
ରାଜ୍ୟସରକାର ଏନେଇ ପଦକ୍ଷେପ ନେବାକୁ ସେ କହିଛନ୍ତି । ଅନ୍ୟପଟେ ସେ ଅଭିଯୋଗ କରିଥିଲେ ଯେ ଲକଡାଉନ ସମୟରେ ଶ୍ରମିକ ମିଳୁନାହାନ୍ତି । ଦୋକାନ ବଜାର ବନ୍ଦ ରହିବା ସତ୍ବେ ରାଉରକେଲା ଇସ୍ପାତ କାରଖାନା ପ୍ରଶାସନ ସେକେଣ୍ଡାରୀ ଷ୍ଟିଲ ଉଠାଇବା ପାଇଁ ବ୍ୟବସାୟୀଙ୍କୁ ବାଧ୍ୟ କରୁଛି । ଏଭଳି ପରିସ୍ଥିତିରେ ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ