ଓଡିଶା

odisha

ETV Bharat / city

ସରକାରୀ ମେଡିକାଲରେ ଟଙ୍କା ନେଉଛନ୍ତି ନର୍ସ, ଭିଡିଓ ଭାଇରାଲ - ଭିଡିଓ ଭାଇରାଲ

ସରକାରୀ ମେଡିକାଲରେ ଟଙ୍କା ନେଉଛନ୍ତି ନର୍ସ । ପ୍ରସୂତିଙ୍କ ସମ୍ପର୍କୀୟଙ୍କ ଠାରୁ ନେଉଛନ୍ତି ଟଙ୍କା । ଆଉ ଖୁସିରେ କହୁଛନ୍ତି ଝିଅ ପାଇଁ ଦେଇଛୁ ଛୁଆ ପାଇଁ କିଛି ଦେଇନୁ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଡିଜାଇନ ଫଟୋ

By

Published : Aug 27, 2019, 5:35 PM IST

ରାଉରକେଲା: ସରକାରୀ ମେଡିକାଲରେ ଟଙ୍କା ନେଉଛନ୍ତି ନର୍ସ । ପ୍ରସୂତିଙ୍କ ସମ୍ପର୍କୀୟଙ୍କ ଠାରୁ ନେଉଛନ୍ତି ଟଙ୍କା । ଆଉ ଖୁସିରେ କହୁଛନ୍ତି ଝିଅ ପାଇଁ ଦେଇଛୁ ଛୁଆ ପାଇଁ କିଛି ଦେଇନୁ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଦୃଶ୍ୟ ରାଉରକେଲା ସରକାରୀ ମେଡିକାଲର ବୋଲି ଜଣାପଡିଛି ।

ଭାଇରାଲ ଭିଡିଓ

ଅନେକ ସମୟରେ ରାଉରକେଲା ସରକାରୀ ମେଡିକାଲ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଆସୁଛି । କେତେବେଳେ ରୋଗୀ ସେବାର ଅବହେଳା ତ କେତେବଳେ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ । ଆଉ ଏବେ ନର୍ସଙ୍କର ଏତାଦୃଶ କାର୍ଯ୍ୟ ଭାଇରାଲ ହେବା ପରେ ପୁଣି ଥରେ ଚର୍ଚ୍ଚାରେ ରହିଛି ମେଡିକାଲ । ସେପଟେ କର୍ତ୍ତୃପକ୍ଷ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details