ଓଡିଶା

odisha

By

Published : Jan 4, 2022, 7:34 PM IST

ETV Bharat / city

India's Best Dancer Season 2: ଟପ୍‌-୫ରେ ରାଉରକେଲାର ଝିଅ ରୋଜା ରାଣା

ପୁଣି କମାଲ ଦେଖାଇଲେ ରାଉରକେଲା ଝିଅ । ନିଜର ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ କରିଛନ୍ତି ଘାଇଲା । ତାହା ପୁଣି ମାୟାନଗରୀ ମୁମ୍ବାଇରେ। ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର (ଆଇବିଡି)-୨’ରେ ନିଜର ଯାଦୁ ଦେଖାଇଛନ୍ତି ରୋଜା ରାଣା। ଅଧିକ ପଢନ୍ତୁ

ଟପ୍‌-୫ରେ ରାଉରକେଲାର ଝିଅ ରୋଜା ରାଣା
ଟପ୍‌-୫ରେ ରାଉରକେଲାର ଝିଅ ରୋଜା ରାଣା

ରାଉରକେଲା: ପୁଣି କମାଲ ଦେଖାଇଲେ ରାଉରକେଲା ଝିଅ । ନିଜର ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ କରିଛନ୍ତି ଘାଇଲା । ତାହା ପୁଣି ମାୟାନଗରୀ ମୁମ୍ବାଇରେ। ‘ସୋନି ଟିଭି’ରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ସୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର (ଆଇବିଡି)-୨’ରେ ନିଜର ଯାଦୁ ଦେଖାଇଛନ୍ତି ରାଉରକେଲାର ଓଡିଆ ଝିଅ ରୋଜା ରାଣା। ରବିବାର ପ୍ରସାରିତ ସୋ’ରେ ହିନ୍ଦୀ ଚଳଚ୍ଚିତ୍ର ‘ପୁକାର୍’ର କ୍ୟା ସେରା.. ଗୀତରେ ରୋଜା ଓ ସନମ୍‌ ‌ଯୋଡିଙ୍କ ଜବରଦସ୍ତ ନୃତ୍ୟ ତାଙ୍କୁ ଟପ୍‌-୫ରେ ପହଞ୍ଚାଇବାରେ ସଫଳ କରିଛି। ଟପ୍‌-୫ରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ପୁନେର ସୌମ୍ୟା, କେରଳର ଜମୃଦ, ଆସାମର ରକ୍‌ତିମ୍‌ ଓ ରାଜସ୍ଥାନର ଗୌରବ। କିଛି ଦିନ ତଳେ ରୋଜା ଶ୍ରେଷ୍ଠ -୧୨ତମ ସ୍ଥାନରେ ରହିଥିଲେ।

ରୋଜାଙ୍କୁ ଅଧିକରୁ ଅଧିକ ଭୋଟ ଦେଇ ବିଜୟୀ କରିବାକୁ ସେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ମୋବାଇଲରେ ‘ସୋନିଲିଭ୍‌ ଆପ୍‌’ ‌ଡାଉନ୍‌ଲୋଡ କରି ଭୋଟିଂ କରିହେବ। ଗୋଟିଏ ମୋବାଇଲରେ ୧୦୦ ଜଣ ଭୋଟିଂ କରିପାରିବେ ବୋଲି ରୋଜା କହିଛନ୍ତି। ରାଉରକେଲାର କୋଏଲନଗର ସି ବ୍ଲକରେ ସ୍ବର୍ଗତ ଅଶୋକ ରଣା ଓ ଶିବାନୀ ରଣାଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରୋଜା।

@rozzzdance5

ପିଲାବେଳୁ ରୋଜାଙ୍କର ନାଚ ପ୍ରତି ଥିଲା ‌ଦୁର୍ବଳତା । ମାତ୍ର ଦେଢ଼ ବର୍ଷ ବୟସରୁ ନାଚ ଶିଖିବା ଆରମ୍ଭ କରିଥିଲେ । ୪ ବର୍ଷ ବୟସରେ ରୋଜା ତାଙ୍କ ମାଇଁଙ୍କ ସହାୟତାରେ ରାଉରକେଲାର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ‌ରେ ଯୋଗ ଦେଇଥିଲେ । ସେହି ଦିନଠାରୁ ସେ ପଛକୁ ଫେରି ଚାହିଁ ନାହାଁନ୍ତି । ୨୦୦୩ରେ କୁନି ପିଲାମାନଙ୍କ ପାଇଁ ଆୟୋଜିତ ରିଆଲିଟି ସୋ’ ‘ବୋଗି ଓଗି’ରେ ଅଂଶଗ୍ରହଣ କରି ପ୍ରଥମ ରନର୍ସ ଅପ୍‌ ହୋଇଥିଲେ । ୨୦୦୬ରେ ସେହି ସମାନ କାର୍ଯ୍ୟକ୍ରମରେ ଯ‌ୋଗଦେଇ ରନର୍ସ ଅଫ୍‌ରେ ରହିଥିଲେ। ୨୦୦୯ରେ ଡ୍ୟାନ୍ସ ପ୍ରିମିୟର ଲିଗ୍‌, କ୍ରେଜି କିୟାରେ ପାଇଥିଲେ ସଫଳତା । ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ତାଙ୍କର ପ୍ରଦର୍ଶନ ମଧ୍ୟ କିଛି କମ୍‌ ନଥିଲା । ଟପ୍‌ -୭ ସ୍ଥାନରେ ରହିଥିଲେ ।

@rozzzdance5

ପରବର୍ତ୍ତୀ ସମୟରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ନାଚ୍‌ ବଲିୟେ, ସୁପର ଡ୍ୟାନ୍ସର, ଫେମିନା ମିସ୍‌ ଡିବା ଆଦି ରିଏଲିଟି ସୋ’ରେ ତାଙ୍କର ଜଲ୍‌ୱା ବି କିଛି କମ୍ ନଥିଲା। ବଲିଉଡର ମାଧୁରୀ ଦୀକ୍ଷିତ, କାଟ୍ରିନା କୈଫ୍‌, କରୀନା କାପୁର, ଟାଇଗର ସରଫ୍‌, ନୋରା, ପରିଣିତା ଚୋପ୍ରା, ବାଣି କାପୁର, ଭିକି କୌଶଳ, ଜାକ୍‌ଲିନ୍‌ ଫର୍ଣ୍ଣାଡିସ୍‌, ସୋନାକ୍ଷୀ ସିହ୍ନା ଆଦିଙ୍କ ସହ କାମ କରୁଛନ୍ତି । ଆଗାମୀ ଦିନରେ ବଲିଉଡ଼ରେ ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫ୍‌ର ସ୍ବପ୍ନକୁ ସାକାର କରିବାକୁ ସଂକଳ୍ପ ନେଇଛନ୍ତି ରୋଜା ।

ABOUT THE AUTHOR

...view details