ଓଡିଶା

odisha

ETV Bharat / city

ରାଉରକେଲା ବିସ୍ଥାପିତ ଆଦିବାସୀଙ୍କ ଜମିପଟ୍ଟା ଦାବି କଲେ ଏଡିଏମ - tribal waiting for land record

ଆଦିବାସୀଙ୍କ ଜମି ଅଧିକାର ଉପରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ନିର୍ଦ୍ଦେଶଙ୍କୁ ରିପୋର୍ଟ ମାଗିଛନ୍ତି ରାଉରକେଲା ଏଡିଏମ। ଅଧିକ ଖବର ପଢନ୍ତୁ...

rourkela-displaced-tribal
ରାଉରକେଲା ବିସ୍ଥାପିତ ଆଦିବାସୀଙ୍କ ଜମିପଟ୍ଟା ଦାବି କଲେ ଏଡିଏମ

By

Published : Nov 30, 2019, 3:08 PM IST

ରାଉରକେଲା:ନିଜ ଜମିର କାଗଜପତ୍ରରୁ ବଞ୍ଚିତ ବିସ୍ଥାପିତ ଆଦିବାସୀ। ଏହି ବିସ୍ଥାପିତମାନେ ହେଲେ ରାଉରକେଲାର ପୁତଲା,ଟାଙ୍ଗରପଲ୍ଲୀ, ଲୁଅକେର ଜନଜାତି।ଏଠାକାର ଆଦିବାସୀଙ୍କ ଜମି ଅଧିକାର ଉପରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ନିର୍ଦ୍ଦେଶଙ୍କୁ ରିପୋର୍ଟ ମାଗିଛନ୍ତି ରାଉରକେଲା ଏଡିଏମ ।

ଏହି ସମ୍ପର୍କରେ ସେ ରାଉରକେଲା ତହସିଲଦାରକୁ ମଧ୍ୟ ଏକ ଚିଠି ଲେଖିଛନ୍ତି। ବିସ୍ଥାପିତ ନେତା ଲାଛୁ ଓରାମଙ୍କ ଏକ ଚିଠି ଉପରେ ଏପରି ପଦକ୍ଷେପ ନିଆଯାଇଛି । ସେହିଭଳି ବିସ୍ଥାପିତ ଆଦିବାସୀଙ୍କ ଅଣ ଜଳସେଚିତ 5 ଏକର ଜମି ଓ 2 ଏକର ସେଚିତ ଜମି ପ୍ରଦାନ ପାଇଁ ବହୁତ ସଂଖ୍ୟାରେ ବିସ୍ଥାପିତ ଆବେଦନ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପାଖରେ ଏହି ବ୍ୟବସ୍ଥା ରହିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଏକ ବର୍ଷ ତଳେ ନିର୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଏବେ ପର୍ଯ୍ୟନ୍ତ ଚୁପ୍ ବସିଥିଲା।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବହୁତ ସଂଖ୍ୟାରେ ଲୋକମାନେ ତାଙ୍କ ଜମିର ବିସ୍ତୃତ ସୂଚନା ସହିତ ଆବେଦନ ଦେଇଛନ୍ତି। ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ନିର୍ଦେଶ ଲାଗୁ କରିବାରେ ଅଯଥାରେ ପ୍ରଶାସନ ବିଳମ୍ବ କରୁଥିବା ଯୋଗୁଁ ଗତ ଦୁଇଟି ବୈଠକରେ ଆୟୋଗ ଉଦବେଗ ପ୍ରକାଶ କରିବା ପରେ ପ୍ରଶାସନ ମଧ୍ୟ ତତ୍ପର ହୋଇଥିବା କୁହାଯାଉଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details