ଓଡିଶା

odisha

By

Published : Mar 6, 2020, 6:11 PM IST

ETV Bharat / city

ଗାଡି ମୋଟର ଯାଞ୍ଚ 6 ମାସ କୋହଳ ପାଇଁ ଦାବି କଲା ରାଉରକେଲା କଂଗ୍ରେସ

ରାଉରକେଲା କଂଗ୍ରେସ ପକ୍ଷରୁ ଗାଡି ମୋଟର ଯାଞ୍ଚକୁ ଆଉ 6 ମାସ ପାଇଁ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନୂତନ ମୋଟର ଯାନ ଆଇନ ଅନୁଯାୟୀ ଗାଡି ଯାଞ୍ଚ କରି ଲୋକଙ୍କୁ ହଇରାଣ କରି ରାଜସ୍ବ ଆଦାୟ କରାଯାଉଛି । ଅଧିକ ପଢନ୍ତୁ...

rourkela-congress-demand-six-month-extend-of-new-motor-vehicle-act
ରାଉରକେଲା କଂଗ୍ରେସ ପକ୍ଷରୁ ଗାଡି ମୋଟର ଯାଞ୍ଚ 6 ମାସ କୋହଳ ପାଇଁ ଦାବି

ରାଉରକେଲା: ଗାଡି ମୋଟର ଯାଞ୍ଚକୁ ବିରୋଧ କରିଛି କଂଗ୍ରେସ । ଏହାକୁ ଆଉଥରେ 6 ମାସ ପାଇଁ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରାଉରକେଲା କଂଗ୍ରେସ ତରଫରୁ ପ୍ରଦାନ କରାଯାଇଛି । ନୂତନ ମୋଟର ଯାନ ଆଇନ ଅନୁଯାୟୀ ଗାଡି ଯାଞ୍ଚ କରି ଲୋକଙ୍କୁ ହଇରାଣ କରି ରାଜସ୍ବ ଆଦାୟ କରାଯାଉଛି ।

ରାଉରକେଲା କଂଗ୍ରେସ ପକ୍ଷରୁ ଗାଡି ମୋଟର ଯାଞ୍ଚ 6 ମାସ କୋହଳ ପାଇଁ ଦାବି

କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ ଶୁକ୍ରବାର ଆରଟିଓ କାର୍ଯ୍ୟାଳୟ ଆସି ଅଭିଯୋଗ କରିଛନ୍ତି । ସହରରେ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇପଡିଥିଲାବେଳେ ଦୁର୍ଘଟଣାକୁ ବୃଦ୍ଧି ପାଉଛି । ଗାଡିମୋଟର ଯାଞ୍ଚ ନାମରେ ଲୋକଙ୍କୁ ଭୟଭୀତ କରି ମୋଟା ଆଙ୍କର ଜୋରିମାନା ଆଦାୟ କରାଯାଉଛି ବୋଲି କଂଗ୍ରେସ କହିଛି । RTO କାର୍ଯ୍ୟାଳୟରେ ଲୋକ କାଗଜପତ୍ର କିମ୍ବା ଲାଇସେନ୍ସ ପାଇଁ ଟଙ୍କା ଜମା କରି ହଇରାଣ ହେଉଛନ୍ତି। ବିନା କାରଣରେ ଲୋକମାନେ ହଇରାଣ ହେଉଛନ୍ତି। ହାଜ଼ାର ହାଜ଼ାର ଆବେଦନ ପତ୍ର ପଡିରହିଛି। ବାରମ୍ବାର ଆବେଦନ ସତ୍ତ୍ବେ ରିଜେକ୍ଟ ହେବା ଯୋଗୁଁ ଲୋକ ନାନା ଅସୁବାଧାର ସମ୍ମୁଖୀନ ହେଉଛନ୍ତି।

ନୂଆ ପରିବହନ ଆଇନ କଡାକଡି ଲାଗୁ କରିବା ପୂର୍ବରୁ ଲୋକଙ୍କୁ ସୁବିଧା ଯୋଗାଇ ଦେବା ସରକରଙ୍କ ଦାୟିତ୍ବ ରହିଛି । ଏହାକୁ ଆଉଥରେ 6 ମାସ ପାଇଁ କୋହଳ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details