ଓଡିଶା

odisha

ETV Bharat / city

ଭିଜିଲାନ୍ସ କାର୍ଯ୍ୟାଳୟରେ ରାଉରକେଲା-କଂଗ୍ରେସ କମିଟିର ଏତଲା - Rourkela-Congress Committee file fir

କୋୟଲ ନଗର ଶକ୍ତି ବଜାର ଟେଣ୍ଡର ପ୍ରକ୍ରିୟା, ବଜାର ନିର୍ମାଣ ତଥା ବିଦ୍ୟୁତିକରଣ କାର୍ଯ୍ୟରେ ହୋଇଥିବା ଦୁର୍ନିତି ଅଭିଯୋଗ କରି ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଏହି ଏତଲା ଦିଆଯାଇଛି।

rourkela
ରାଉରକେଲା-କଂଗ୍ରେସ କମିଟି ତରଫରୁ ଏତଲା

By

Published : Jun 18, 2020, 4:59 PM IST

ରାଉରକେଲା: ଭିଜିଲାନ୍ସ କାର୍ଯ୍ୟାଳୟରେ ରାଉରକେଲା-କଂଗ୍ରେସ କମିଟିର ଏତଲା । କୋୟଲ ନଗର ଶକ୍ତି ବଜାର ଟେଣ୍ଡର ପ୍ରକ୍ରିୟା, ବଜାର ନିର୍ମାଣ ତଥା ବିଦ୍ୟୁତିକରଣ କାର୍ଯ୍ୟରେ ହୋଇଥିବା ଦୁର୍ନିତି ଅଭିଯୋଗ କରି ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଏହି ଏତଲା ଦିଆଯାଇଛି। ଏହାସହ ତଦନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ରାଉରକେଲା-କଂଗ୍ରେସ କମିଟି ତରଫରୁ ଏତଲା

ଦୁର୍ନୀତି ବିଭାଗର ଏସପିଙ୍କ ଉଦ୍ଦେଶ୍ୟରେ ଦିଆ ଯାଇଥିବା ଏହି ଏତଲାରେ ଉପରୋକ୍ତ କାମ ଗୁଡିକରେ ଦୁର୍ନୀତି ହୋଇ ଥିବା ଦର୍ଶାଇଛନ୍ତି। ଏହାସହ ତୁରନ୍ତ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ କର୍ମକର୍ତ୍ତାମାନେ ଭିଜିଲାନ୍ସ କାର୍ଯ୍ୟାଳୟ ଯାଇ ଏହି ଏତଲା ଦେଇଛନ୍ତି । ଏମାନଙ୍କ କହିବା କଥା, ଉପରୋକ୍ତ କାର୍ଯ୍ୟରେ ଦୁର୍ନୀତି ହୋଇଛି । ଯାହା ତଦନ୍ତ ସାପେକ୍ଷ । ତେଣୁ ଏହା ବିରୋଧରେ ତଦନ୍ତ ଆରମ୍ଭ ହେଲେ ଅସଲ ଚିତ୍ର ସାମ୍ନାକୁ ଆସିବ । ତେବେ ପ୍ରଶାନ୍ତ ସେଠୀ, ବିରେନ ସେନାପତି ସହିତ ଅନ୍ୟ ନେତାମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details