ଓଡିଶା

odisha

ETV Bharat / city

ବଦଳିବ ଭାଗ୍ୟଶ୍ରୀଙ୍କ ଭାଗ୍ୟ ! ମନ କି ବାତ୍‌ରେ ପ୍ରଶଂସା କରିଥିଲେ ମୋଦି - ପଟ୍ଟଚିତ୍ର ପାଇଁ ପ୍ରଶଂସିତ ଭାଗ୍ୟଶ୍ରୀ

ପ୍ରଧାନମନ୍ତ୍ରୀ ମୋଦି ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଶଂସା କରିଥିଲେ । ଯାହାକୁ ନେଇ ତାଙ୍କ ନିକଟକୁ ଚାରିଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ତେବେ ଏହା ପରେ ଭାଗ୍ୟଶ୍ରୀଙ୍କ ଭାଗ୍ୟ କେଉଁ ଆଡକୁ ନେଉଛି, ସେନେଇ ଅଧିକ ପଢନ୍ତୁ...

ପଟ୍ଟଚିତ୍ର ପାଇଁ ଜାତୀୟ ସ୍ତରରେ ପ୍ରଶଂସିତ ଭାଗ୍ୟଶ୍ରୀ
ପଟ୍ଟଚିତ୍ର ପାଇଁ ଜାତୀୟ ସ୍ତରରେ ପ୍ରଶଂସିତ ଭାଗ୍ୟଶ୍ରୀ

By

Published : Feb 2, 2021, 4:44 PM IST

ରାଉରକେଲା: ଜାତୀୟ ସ୍ତରରେ ଚମକିଲେ ଓଡିଆ ଝିଅ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କିଣିଲା ମନଲୋଭା ପଟ୍ଟଚିତ୍ର । ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ରର କଳାକୃତି ଦେଖି ମନ କି ବାତରେ ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କୁ ଭୁରି ଭୁରି ପ୍ରଶଂସା କଲେ ମୋଦି । ଲକଡାଉନର ପର୍ଯ୍ୟାପ୍ତ ସମୟରେ ଭାଗ୍ୟଶ୍ରୀଙ୍କ ପ୍ରସ୍ପୁଟିତ ପ୍ରତିଭାକୁ ଜାଣିଲା ସାରା ଭାରତ ।

ବଦଳିବ ଭାଗ୍ୟଶ୍ରୀଙ୍କ ଭାଗ୍ୟ ! ମନ କି ବାତ୍‌ରେ ପ୍ରଶଂସା କରିଥିଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦି ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଶଂସା କରିଥିଲେ । ତାଙ୍କର କଳାକୃତି ଦେଖି ଉଜ୍ଜଳ ଭବିଷ୍ୟତର ଶୁଭେଚ୍ଛା ଜଣାଇଥିଲେ । ଏହା ପରେ ଭାଗ୍ୟଶ୍ରୀ ନିକଟକୁ ଚାରିଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

ଭାଗ୍ୟଶ୍ରୀ ଜଣେ ଏମଟେକ୍‌ ଛାତ୍ରୀ । ହେଲେ ତାଙ୍କର ପ୍ୟାସନ ପେଣ୍ଟିଂ । ପିଲାଟି ଦିନରୁ ତାଙ୍କର କଳାକୃତି ପ୍ରତି ରହିଥିଲା ଅହେତୁକ ଦୁର୍ବଳତା । ଆଉ ଲକଡାଉନ ସମୟରେ ନିଜର ପ୍ୟାସନକୁ ରଙ୍ଗ ତୂଳୀରେ ଚିତ୍ରିତ କରିଥିଲେ ଭାଗ୍ୟଶ୍ରୀ । ଯାହା ଆଜି ତାଙ୍କୁ ଜାତୀୟ ସ୍ତରରେ ଚମକାଇଛି ।

ଭାଗ୍ୟଶ୍ରୀ କୁହନ୍ତି, ଏହି ପଟ୍ଟଚିତ୍ର ଆଙ୍କିବା ପାଇଁ ସେ କାହା ଠାରୁ ଶିକ୍ଷାଗ୍ରହଣ କରିନାହାଁନ୍ତି । ବରଂ ପ୍ରଭୁ ଜଗନ୍ନାଥଙ୍କୁ ନିଜର ଗୁରୁ ମାନି ଆରମ୍ଭ କରିଥିଲେ ପଟ୍ଟଚିତ୍ର । ପରେ ନିଜର ଏହି କଳାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଆଉ ଦେଖୁ ଦେଖୁ ତାଙ୍କ ପଟ୍ଟଚିତ୍ର ଲୋକଙ୍କ ମନ ଜିଣିଥିଲା । ଏପରିକି ସେ, ତିଆରି କରୁଥିବା ପ୍ରତିଟି କଳାକୃତିକୁ ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ ପରେ ଏହାକୁ ସେ ବିକିବା ଆରମ୍ଭ କରିଦେଇଛନ୍ତି । ତାଙ୍କର ଏହି କଳା ବା ପଟ୍ଟଚିତ୍ରର ଯାତ୍ରା ଢେଙ୍କାନାଳ ଜିଲ୍ଲା ସାରଙ୍ଗର ପଥରରୁ ଆରମ୍ଭ ହୋଇଥିବା କଥା ସେ କହିଛନ୍ତି ।

ଅଦରକାରୀ ଜିନିଷକୁ ବ୍ୟବହାର କରି ଭାଗ୍ୟଶ୍ରୀ ଏହାକୁ ଘରର ସାଜସଜ୍ଜା କରଣରେ ପରିଣତ କରିସାରିଛନ୍ତି । ସଫ୍ଟ ଷ୍ଟୋନ, ଅଦରକାରୀ ବୋତଲ, ପ୍ଲାଷ୍ଟିକ ବୋତଲ, ଆକ୍ରାଲିକ ବୋତଲ, ମାଟି ପାତ୍ର ଓ ଫ୍ୟୁଜ ବଲବକୁ ବ୍ୟବହାର କରି ଚିତ୍ର ଆଙ୍କିଥାନ୍ତି । ଗୋଟିଏ ବୋତଲରେ ଏହି ପଟ୍ଟଚିତ୍ର ଆଙ୍କିବାକୁ ତାଙ୍କୁ 8 ଘଣ୍ଟା ସମୟ ଲାଗିଥାଏ । ନିକଟରେ ନେତାଜୀଙ୍କ ଫଟୋକୁ ଏକ ଷ୍ଟୋନରେ ଆଙ୍କି ସେ ସୁବାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଯେଉଁଥିପାଇଁ ଗତ ରବିବାର ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମରେ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରି₹ଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details