ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନ କୋରୋନା ମାମଲା ବୃଦ୍ଧି ପାଉଛି । ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ବାସନ୍ତୀ କଲୋନୀର କେତେକ ଭାଗକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
ବାସନ୍ତୀ କଲୋନୀର ଡିଏମ-20 ରୁ 29, ଡିଏମ-3ରୁ 13,ଏଫଇ-121ରୁ 233 ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଠାରେ ରହୁଥିବା ଲୋକଙ୍କ ଘରୁ ନ ବାହାରିବା ପାଇଁ ବାରଣ କରାଯାଇଥିବା ବେଳେ ଗାଡି ଚଳାଚଳରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଅଞ୍ଚଳରେ କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।