ଓଡିଶା

odisha

ETV Bharat / city

ନାବାଳିକାଙ୍କ ଆତ୍ମହତ୍ୟା ଘଟଣା: 3 ମାସର ଗର୍ଭବତୀ ଥିଲେ, ଆସିଲା ରିପୋର୍ଟ - 3 month pregnet

ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବୋଗଦା ବସ୍ତିର ନାବାଳିକା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଘଟଣାରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ସେ ତିନିମାସର ଗର୍ଭବତୀ ଥିବା ରିପୋର୍ଟରୁ ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Jun 9, 2019, 7:51 AM IST

ରାଉରକେଲା: ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ନାବାଳିକାଙ୍କର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ସେ ତିନିମାସର ଗର୍ଭବତୀ ଥିବା ରିପୋର୍ଟରୁ ଜଣାପଡିଲା ପରେ ଘଟଣାଟି ଭିନ୍ନ ମୋଡ଼ ନେଇଛି । ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବୋଗଦା ବସ୍ତିରେ ଶୁକ୍ରବାର ନାବାଳିକା ଜଣେ ବିବାହିତ ପ୍ରେମିକଙ୍କ ପାଇଁ ଆତ୍ମହତ୍ୟା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ନାବାଳିକାଙ୍କ ଆତ୍ମହତ୍ୟା ଘଟଣା ପରେ ଉତ୍ତ୍ୟକ୍ତ ବସ୍ତିବାସୀ ନାବାଳିକାଙ୍କ ପ୍ରେମିକ ଏବଂ ତା ସ୍ତ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପ୍ରେମିକର ଗିରଫ ଦାବିରେ ବନ୍ଧମୁଣ୍ଡା ଥାନା ଗତକାଲି ଘେରିଥିଲ ବସ୍ତି ବାସୀ।

ସୂଚନା ଅନୁସାରେ, ବୋଗତା ବସ୍ତିରେ ରହୁଥିବା ଜଣେ 15 ବର୍ଷୀୟା ନାବାଳିକା ସେହି ଅଞ୍ଚଳର ସଣ୍ଟୁ ଗୋପ ନାମକ ଜଣକ ଯୁବକକୁ ପ୍ରେମ କରି ବସିଥିଲେ । ଯୁବକ ଜଣକ ନିଜକୁ ଅବିବାହିତ କହି ନାବାଳିକା ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଏହି ଘଟଣା ସମ୍ପର୍କରେ ସଣ୍ଟୁଙ୍କ ପତ୍ନୀ ଜାଣିବା ପରେ ଉଭୟ ଯୁବକ ଓ ନାବାଳିକାକୁ ଉଲଗ୍ନ କରି ପିଟିଥିଲେ । ଏହା ପରେ ଲୋକ ଲଜ୍ଜା ସହି ନ ପାରି ନାବାଳିକା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ପରିବାର ଲୋକେ।

ସେପଟେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଆରଜିଏଚରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶୃତି ଦେବା ପରେ ବସ୍ତିବାସୀ ଶାନ୍ତ ହୋଇଥିଲେ । ତେବେ ଉକ୍ତ ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ କଣ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details