ଓଡିଶା

odisha

ETV Bharat / city

ରାଜଧାନୀ ପରେ ରାଉରକେଲା, ଗୋଲାପ ଦେଇ ସଚେତନ କଲେ ପୋଲିସ - ରାଉରକେଲାରେ ଟ୍ରାଫିକ ସଚେତନ

ସବୁଠି ଆରମ୍ଭ ହୋଇଯାଇଛି ସଚେତନତା କାର୍ଯ୍ୟକ୍ରମ । ନୂଆ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କ ବୁଝାଉଛନ୍ତି ପୋଲିସ । ରାଉରକେଲାରେ ଗୋଲାପ ଦେଇ ସଚେତନତା କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 9, 2019, 4:48 PM IST

ରାଉରକେଲା: ଟ୍ରାଫିକ ପୋଷ୍ଟରେ ଆଜି ନୂଆ ମୋଟର ପରିବହନ ଆଇନକୁ ନେଇ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁମାନେ ହେଲମେଟ ପିନ୍ଧି ଓ ସିଟ୍‌ ବେଲ୍ଟ ପିନ୍ଧି ଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ଧନ୍ୟବାଦ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଅନ୍ୟପଟେ ଯେଉଁମାନେ ହେଲମେଟ ପିନ୍ଧି ନ ଥିଲେ କିମ୍ବା ଆଇନ ଉଲ୍ଲଙ୍ଘନ କରିଥିଲେ ସେମାନଙ୍କୁ ସଚେତନ କରିଥିଲେ ପୋଲିସ । ନୂଆ ଆଇନ କାର୍ଯ୍ୟକାରୀ ହେବା ପର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିବାଦୀୟ ପରିସ୍ଥିତି ଦେଖାଦେଇଛି । ଯେଉଁଥି ପାଇଁ ରାଉରକେଲା ପୋଲିସ ତରଫରୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details