ରାଉରକେଲା: ଷ୍ଟିଲ ଷ୍ଟିଟିରେ ସାମାଜିକ ଦୂରତାକୁ ଫୁ । ବିଶେଷ କରି ସରକାରୀ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ପ୍ରବଳ ଭିଡ । ସରକାରୀ ଅଧିକାରୀମାନେ ଯେତେ ତାଗିଦ କଲେ ମଧ୍ୟ କେହି ନିୟମକୁ ପାଳନ କରୁନଥିବାର ଦେଖିବାକୁ ମିଳିଛି ।
କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଏକ ମାତ୍ର ବିକଳ୍ପ ସାଜିଛି ସାମାଜିକ ଦୂରତା । ହେଲେ ରାଉରକେଲାର ବିଭିନ୍ନ ସ୍ଥାନରେ ଲୋକେ ଏହି ନିୟମକୁ ପାଳନ କରୁନଥିବା ଦେଖିବାକୁ ମିଳୁଛି । ଚାଉଳ ବିତରଣ ହେଉ କିମ୍ବା ବିହନ ବିତରଣ, ଶତାଧିକ ଗ୍ରାମବାସୀ ଏକତ୍ରିତ ହେବା ସହ ଭିଡ ଜମାଉଛନ୍ତି ।