ଓଡିଶା

odisha

ETV Bharat / city

ପ୍ରତିଶୃତି ପରେ ହଟିଲା ରାସ୍ତାରୋକ, ଆନ୍ଦୋଳନରୁ ଓହରିଲେ ଆଧୁନିକ ମେଟାଲିକ୍ସ କର୍ମଚାରୀ - rourkela

କମ୍ପାନୀ ପକ୍ଷରୁ 11 ମାସର ବକେୟା ପାଉଣା ପାଇବାର ପ୍ରତିଶୃତି ପରେ ହଟିଲା ରାସ୍ତାରୋକ । କୁଆଁରମୁଣ୍ଡାରେ ଏନଏଚ-143ରେ ରାସ୍ତାରୋକ କରିଥିଲେ ଆଧୁନିକ ମେଟାଲିକ୍ସର କର୍ମଚାରୀ ।

ଡିଜାଇନ ଫଟୋ

By

Published : May 16, 2019, 10:40 AM IST

Updated : May 16, 2019, 11:44 AM IST

ରାଉରକେଲା: ଆଧୁନିକ ମେଟାଲିକ୍ସ ପକ୍ଷରୁ ବକେୟା ଦରମା ପାଇବାର ପ୍ରତିଶୃତି ପରେ କୁଆଁରମୁଣ୍ଡାରେ ହଟିଲା ରାସ୍ତାରୋକ । 3 ଦିନ ଭିତରେ ଏହା ଉପରେ ବିଚାର କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଜଣାଇବା ପରେ ସ୍ବାଭାବିକ ହେଲା ସ୍ଥିତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ, କୁଆଁରମୁଣ୍ଡାସ୍ଥିତ ଆଧୁନିକ ମେଟାଲିକ୍ସର କର୍ମଚାରୀମାନେ ରାସ୍ତାରୋକ କରିଥିଲେ । 11 ମାସର ବକେୟା ପାଉଣା ଦେବା ତଥା କମ୍ପାନୀରେ ପୁଣିଥରେ ଉତ୍ପାଦନ ଆରମ୍ଭ କରିବାକୁ ନେଇ ଏନଏଚ-143ର କୁଆଁରମୁଣ୍ଡାରେ ରାସ୍ତାରୋକ କରିଥିଲେ କର୍ମଚାରୀ ।

ସେପଟେ ରାସ୍ତାରୋକ କାରଣରୁ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନବାହାନ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଅନେକ ଯାତ୍ରୀବାହୀ ବସ ଠିଆ ହୋଇଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : May 16, 2019, 11:44 AM IST

ABOUT THE AUTHOR

...view details