ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ଘୋଷଣ ହେବା ପରେ ଲୋକ ଭଲ ରାଜରାସ୍ତାର ପରିକଳ୍ପନା କରି ଥିଲେ। କିନ୍ତୁ ଗତ କେତେ ବର୍ଷ ହେଲା ସହରର ରାଜରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।
ରାଉରକେଲା ସହରରେ ସ୍ବରେଜ ବୋର୍ଡ଼ ତରଫରୁ ପାଇପ ଲାଇନ ବିଛାଇବା କାମ ଚାଲିଥିବା ବେଳେ ରାସ୍ତା ଖୋଳି ଛାଡିଦିଆଯାଇଛି। କେତେକ ସ୍ଥାନରେ ଲୋକ ମାନେ ରାସ୍ତା ଖୋଲିବାକୁ ବିରୋଧ କରିଛନ୍ତି। ଖୋଳିଥିବା ରାସ୍ତାକୁ ଠିକା କମ୍ପାନୀ ଶୀଘ୍ର ମରାମତି ନ କରିବା ଯୋଗୁଁ ସବୁ ସମୟରେ ଦୁର୍ଘଟଣା ଘଟୁଛି।